ଭାସିଗଲା ଟୁରିଷ୍ଟ୍‌ ବସ୍‌…

ନୂଆଦିଲ୍ଲୀ: ବନ୍ୟା ଜଳରେ ଭାସିଗଲା ଟୁରିଷ୍ଟ୍‌ ବସ୍। ହିମାଚଳ ପ୍ରଦେଶ ମନାଲିରେ ଏପରିକି ଏକ ଘଟଣା ଦେଖିବାକୁ ମିଳିଛି। ତେବେ ବସ୍‌ରେ କେହି ଲୋକ ନଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଟୁରିଷ୍ଟ୍‌ ବସ୍‌ଟି ବିସ୍‌ ନଦୀର ବନ୍ୟା ଜଳରେ ଭାସି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଏହି ସମୟରେ ବସ୍‌ରେ କେହି ଲୋକ ନଥିଲେ। ବସ୍‌ଟି ପୂରା ଖାଲି ଥିଲା।

ପ୍ରକୃତରେ ବସ୍‌ଟି ଭାସି ଯିବା ସମୟରେ ବସ୍‌ ମଧ୍ୟରେ କେହି ଲୋକ ଥିଲେ କି ନାହିଁ ତାହା ଜଣା ପଡ଼ିନଥିବା ସୂଚନା ମିଳିଛି।

ଦେଖନ୍ତୁ ଭିଡିଓ….

 ସୌଜନ୍ୟ: ANI

ଗତ ୨୪ ଘଣ୍ଟା ମଧ୍ୟରେ ମନାଲିରେ ୧୨୭.୪ mm ବର୍ଷା ରେକର୍ଡ କରାଯାଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ଭୂସ୍ଖଳନ ହୋଇଛି। ଅନେକ ସ୍ଥାନରେ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଛି। ବିସ୍‌ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ଜଳ ଚଣ୍ଡୀଗଡ-ମନାଲି ଜାତୀୟ ରାଜପଥ-୨୧ ମଣ୍ଡି ଜିଲ୍ଲାର ହାଙ୍ଗୋଇ ନିକଟରେ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି।

ସେହିପରି କୁଲ୍ଲୁ ନିକଟରେ ଏକ ଟ୍ରକ୍‌ ଭାସିଯାଇଥିବା ଦେଖିବାକୁ ମିଳିଛି।

ସୌଜନ୍ୟ: ANI

ବର୍ଷାକୁ ଦୃଷ୍ଟିରେ ରଖି କିନ୍ନାଉର୍‌ ଓ ଚମ୍ବା ଜିଲ୍ଲା ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଛୁଟି ଘୋଷଣା କରାଯାଇଛି।

You might also like