ମହାଦେବଙ୍କ ବେଶରେ ଲାଲୁଙ୍କ ପୁଅ ତେଜ୍‌ପ୍ରତାପ, ଭିଡିଓ ଭାଇରାଲ

ପାଟନା: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ୍‌ପ୍ରତାପ ଯାଦବଙ୍କୁ ନେଇ ନୂଆ ବିବାଦ। ଶ୍ରାବଣ ମାସରେ ବୋଲବମ୍ ଚାଲିଥିବା ବେଳେ ଶିବ ପୋଷାକ ପରିଧାନ କରି ବିବାଦକୁ ଆସିଛନ୍ତି ତେଜ ପ୍ରତାପ।

ଦେଓଘର ସ୍ଥିତ ବାବା ବୈଦ୍ୟନାଥଙ୍କ ଠାରେ ପାଣି ଢାଳିବା ବେଳେ ସେ ଶିବଙ୍କ ଭଳି ପୋଷାକ ପିନ୍ଧିଥିଲେ। ଯାହାକୁ ନେଇ ଦେଖାଦେଇଛି ବିବାଦ। କିଛି ଶ୍ରଦ୍ଧାଳୁ ଏହାକୁ ନିନ୍ଦା କରିଛନ୍ତି।

ପୂର୍ବରୁ ଶ୍ରୀକୃଷ୍ଣଙ୍କ ବେଶ ଧାରଣ କରି ଚର୍ଚ୍ଚାକୁ ଆସିଥିଲେ ତେଜ୍‌ପ୍ରତାପ । ସେ ସୋଶାଲ ମିଡିଆରେ ଫଟୋ ଶେୟାର କରିବା ପରେ ଫଟୋ ଭାଇରାଲ ହୋଇଥିଲା।

Source: ANI

You might also like