କୋଲକାତାରେ ଭୁଶୁଡ଼ିଲା ପୁରୁଣା ଫ୍ଲାଏ ଓଭର

କୋଲକାତା : କୋଲକାତାରେ ଭୁଶୁଡ଼ି ପଡ଼ିଲା ପୁରୁଣା ଫ୍ଲାଏ ଓଭର। ଦକ୍ଷିଣ କୋଲକାତାର ଅାଲିପୁର ମାଜରହାଟ ଅଞ୍ଚଳରେ ଥିବା ୪୦ ବର୍ଷର ଏକ ପୁରୁଣା ପୋଲ ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାସ୍ଥଳରୁ ୯ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତେବେ ଅାଉ କିଛି ଲୋକ ଭଗ୍ନାବଶେଷ ତଳେ ଚାପି ରହିଥିବା ଅାଶଙ୍କା କରାଯାଉଛି। ବ୍ରିଜର ଏକ ବିରାଟ ଅଂଶ ତଳେ ଥିବା ରେଳ ଧାରଣା ଉପରେ ଖସି ପଡ଼ିଥିଲା। ଫଳରେ ସେହି ସମୟରେ ପୋଲ ଉପର ଦେଇ ଯାଉଥିବା ଏକ ବସ ସହ କିଛି କାର ଓ ମୋଟର ସାଇକେଲ ତଳକୁ ଗଳି ପଡ଼ିଥିଲେ। ଦୁର୍ଘଟଣାସ୍ଥଳ ଠାରୁ ଅଳ୍ପ ଦୂର ଫୋର୍ଟ ଉଇଲିଅମରେ ସେନାର ଏକ ଘାଟି ଥିବାରୁ ଉଦ୍ଧାର ପାଇଁ ଘଟଣାସ୍ଥଳକୁ ସେନା କର୍ମଚାରୀଙ୍କୁ ପଠାଯାଇଛି।

 

You might also like