ବାମ୍ବୁ ଚିକେନ୍‌

ଆବଶ୍ୟକୀୟ ସାମଗ୍ରୀ: ଚିକେନ୍‌, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଚାଇନା ସଲ୍ଟ, କାଜୁ, କଞ୍ଚାଲଙ୍କା, ପୁଦିନା ପତ୍ର, ଧନିଆ ପତ୍ର, ଅଦା ରସୁଣ ପେଷ୍ଟ, ଟମାଟୋ କଟା, ପିଆଜ କଟା, ସୋରିଷ ମସଲା (ସୋରିଷ, ଜିରା ଓ ପୋସ୍ତକ ବଟା), କସ୍ତୁରୀ ମେଥି ଓ ଗୁଲ୍‌କନ୍ଦ ।

ପ୍ରସ୍ତୁତି ପ୍ରଣାଳୀ: ଚିକେନ୍‌କୁ ଭଲ ଭାବରେ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ପିଆଜ କଟା, ଅଦା ରସୁଣ ପେଷ୍ଟ୍‌, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, କାଜୁ, ସୋରିଷ ମସଲା, ଧନିଆ ପତ୍ର, ପୁଦିନା ପତ୍ର, ଟମାଟୋ କଟା, କସ୍ତୁରୀ ମେଥି, କଞ୍ଚାଲଙ୍କା, ଗୁଲ୍‌କନ୍ଦ, ଚାଇନା ସଲ୍ଟ ଓ ତେଲ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହି ସବୁକୁ ଏକ ବାଉଁଶ ଭିତରେ ଭର୍ତ୍ତି କରନ୍ତୁ। ମସଲାର ବାସ୍ନା ଓ ଟେଷ୍ଟ ବାଉଁଶ ଭିତରେ ରହିବା ପାଇଁ ତାହା ଭିତରେ କାଗଜ ଓ ଖଲି ପତ୍ର ଦିଅନ୍ତୁ। ଏହାପରେ ବାଉଁଶର ଉପରି ଭାଗକୁ କାଗଜ ଓ ଖଲି ପତ୍ର ଦେଇ ଭଲଭାବରେ ଗୁଡ଼ାଇ ଏହାକୁ ନେଇ ପୋଡ଼ନ୍ତୁ। ପୋଡ଼ିବା ପାଇଁ ଯେତିକି ସମୟ ଆବଶ୍ୟକ ସେତିକି ସମୟ ପରେ ଏହାକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବାମ୍ବୁ ଚିକେନ୍‌।

You might also like