ଖାସି କଲିଜା ପାଳଙ୍ଗ ମସଲା | Khasi Kalija Palang Masala

How to Prepare Khasi Kalija Palang Masala

ଆବଶ୍ୟକୀୟ ସାମଗ୍ରୀ:

ଖାସି କଲିଜା,ଅଦା ରସୁଣ ପେଷ୍ଟ, ଲଙ୍କା ଗୁଣ୍ଡ, ଲୁଣ, ହଳଦୀ ଗୁଣ୍ଡ, ଦହି,ନଢ଼ିଆ କୋରା, ପାଳଙ୍ଗପତ୍ର, ଧନିଆ ପତ୍ର, କଞ୍ଚାଲଙ୍କା,ପିଆଜ, ତେଲ, ଟମାଟୋ ବଟା,ତେଜପତ୍ର, ଗୁଜୁରାତି, ଲବଙ୍ଗ, ଡାଲଚିନି।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଖାସି କଲିଜାରେ ଅଦା ରସୁଣ ପେଷ୍ଟ, ଲଙ୍କା ଗୁଣ୍ଡ, ଲୁଣ, ହଳଦୀ ଗୁଣ୍ଡ, ଦହିକୁ ମିଶାଇ ଗୋଟେ ଘଣ୍ଟା ପର୍ଯ୍ୟନ୍ତ ମ୍ୟାରିନେଟ୍‌ କରି ରଖନ୍ତୁ। ତା’ପରେ ପାଳଙ୍ଗ ଶାଗରେ ଧନିଆ ପତ୍ର,ପୋଦିନା ପତ୍ର, କଞ୍ଚାଲଙ୍କା, ନଢ଼ିଆ କୋରା ମିଶାଇ ବାଟି ଦିଅନ୍ତୁ।

Also Read:How to Prepare Crispy Chicken Honey Chilli

କଢ଼େଇରେ ତେଲ ଗରମ କରି ସେଥିରେ ତେଜପତ୍ର, ଗୁଜୁରାତି, ଲବଙ୍ଗ, ଡାଲଚିନି ପକାନ୍ତୁ। ତା’ପରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଗଲା ପରେ ସେଥିରେ ପୂର୍ବରୁ ମ୍ୟାରିନେଟ୍‌ ହୋଇଥିବା ଖାସି କଲିଜା ପକାଇ ଘୋଡ଼ଣୀ ଦେଇ ସିଝାନ୍ତୁ। ଟିକେ ସିଝି ଆସିଲା ପରେ ପୂର୍ବରୁ ପ୍ରସ୍ତୁତ ହୋଥିବା ପାଳଙ୍ଗ ଶାଗ ବଟା ଏବଂ ସ୍ୱାଦ ଅନୁସାରେ ଲୁଣ ପକାଇ ପୁଣି କିଛି ସମୟ ଘୋଡ଼ଣୀ ଦେଇ ଘୋଡ଼ାଇ ଦିଅନ୍ତୁ। ପାଳଙ୍ଗ ଶାଗ ବଟା ଭଲ ଭାବେ କଲିଜାରେ ମିଶିଗଲା ପରେ ସେଥିରେ ଟମାଟୋ ବଟା ପକାଇ କିଛି ସମୟ ପରେ ଏହାକୁ ନିଆଁରୁ କଢ଼ାଇକୁ ଓହ୍ଲାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଖାସି କଲିଜା ପାଳଙ୍ଗ ମସଲା।

ଏବେ ଏହାକୁ ଗରମ ଗରମ ଭାତ ନ ହେଲେ ରୁଟି ସହ ପରଷନ୍ତୁ। ଏହା ଏତେ ସ୍ୱାଦିଷ୍ଟ ଯେ ଏହାକୁ ଲୋକ ଭୁଲିପାରିବେ ନାହିଁ।

You might also like