ରକ୍ଷା ବନ୍ଧନରେ ଘରେ ତିଆରି କରନ୍ତୁ କାଜୁ ବର୍ଫି

କାଜୁ ବର୍ଫି ଖାଇବାକୁ ସମସ୍ତେ ଭଲ ପା’ନ୍ତି। ହେଲେ ଏହାକୁ ପ୍ରାୟ ଘରେ କେହି ତିଆରି କରନ୍ତି ନାହିଁ। ଆପଣ ଏହାକୁ ସହଜରେ ଘରେ ତିଆରି କରି ପାରିବେ। ଘର ତିଆରି ବର୍ଫିର ମଧ୍ୟ ସୁଆଦ ନିଆରା। ଆସନ୍ତୁ ଜାଣିବା କାଜୁ ବରଫି କେମିତି ତିଆରି ହୁଏ।

ଆବଶ୍ୟକୀୟ ସାମଗ୍ରୀ– କାଜୁ ,ଚିନି, ଘିଅ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କାଜୁକୁ ଖରାରେ ଶୁଖାଇ ଦିଅନ୍ତୁ। ଏଥିରେ ଥିବା ଜଳୀୟ ଅଂଶ ଶୁଖିଯିବା ପରେ ଗ୍ରାଇଣ୍ଡରରେ ଗୁଣ୍ଡ କରି ଦିଅନ୍ତୁ ।

କାଜୁ ଗୁଣ୍ଡ କରି ଏକ ପାତ୍ରରେ ରଖିଦିଅନ୍ତୁ। ତା’ପରେ କରେଇରେ ଚିନି ପକାଇ ସେଥିରେ ଅଳ୍ପ ପାଣି ଦେଇ ଚିନି ସମ୍ପୂର୍ଣ୍ଣ ତରଳିବା ପର୍ଯ୍ୟନ୍ତ ଗୋଳାନ୍ତୁ। ତା’ପରେ ସେଥିରେ କାଜୁ ଗୁଣ୍ଡକୁ ପକାଇ ଭଲରେ ମିଶାନ୍ତୁ। ଏହା ପରେ ସେଥିରେ ଘିଅ ପକାଇ ଭଲଭାବେ ଗାଢ଼ା ହେଲା ପର୍ଯ୍ୟନ୍ତ ଗୋଳାନ୍ତୁ।

କାଜୁ ଭଲରେ ମିଶିଗଲା ପରେ ଏକ ପାତ୍ରରେ ଘିଅ ଲଗାଇ କାଜୁ ପେଷ୍ଟକୁ କାଢ଼ି ଦିଅନ୍ତୁ। ଏହାକୁ ପୂରା ଥଣ୍ଡା ନକରି ଏକ ଜରି କିମ୍ବା ଚୋପିଙ୍ଗ ବୋର୍ଡ଼ରେ କିଛି ଘିଅ ଲଗାଇ ଗାଢ଼ା ହୋଇଥିବା କାଜୁ ପେଷ୍ଟକୁ ସେଥିରେ ପକାଇ ଧିରେ ଧିରେ ବେଲି ଦିଅନ୍ତୁ। ଅଧିକ ପତଳା କରି ବେଲିବେ ନାହିଁ। ତାପରେ ବର୍ଫି ସୁନ୍ଦର ଦିଶିବା ପାଇଁ ସେଥିରେ ବଜାରରେ ମିଳୁଥିବା ସିଲଭର ପେପର ଲଗାଇ ପାରିବେ। ତେବେ ଘର ତିଆରି ବର୍ଫିରେ ନ ଦେଲେ ଚଳିବ।

ଏହା ପରେ ବେଲିଥିବା କାଜୁ ପେଷ୍ଟକୁ ଥଣ୍ଡା ହେବାପାଇଁ ଛାଡ଼ିଦିଅନ୍ତୁ। ଥଣ୍ଡା ହେଲା ପରେ ଏହାକୁ ବର୍ଫି ଭଳି କାଟିଦିଅନ୍ତୁ। ତା’ପରେ ରାକ୍ଷୀ ପୂର୍ଣ୍ଣିମାରେ ଘରକୁ ଆସିଥିବା ଅତିଥି ମାନଙ୍କୁ ଖାଇବାକୁ ଦିଅନ୍ତୁ।

ସୌଜନ୍ୟ:ୟୁଟ୍ୟୁବ୍‌

 

You might also like