ଆଜି ହେରା ପଞ୍ଚମୀ; ନନ୍ଦିଘୋଷ ରଥର କାଠ ଭାଙ୍ଗିବେ ମହାଲକ୍ଷ୍ମୀ

ପୁରୀ: ଆଜି ପବିତ୍ର ହେରା ପଞ୍ଚମୀ। ଏହି ଅବସରରେ ପରମ୍ପରା ଅନୁଯାୟୀ ମହାଲକ୍ଷ୍ମୀ ନନ୍ଦିଘୋଷ ରଥର କାଠ ଭାଙ୍ଗିବେ। ମହାଲକ୍ଷ୍ମୀଙ୍କୁ ଛାଡ଼ି ଶ୍ରୀଜଗନ୍ନାଥ ଘୋଷଯାତ୍ରାରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଆଣିଥିବାରୁ ଏଥିରେ ଅଭିମାନ କରି ମହାଲକ୍ଷ୍ମୀ ରଥ କାଠ ଭାଙ୍ଗିଥା’ନ୍ତି।

ମହାଲକ୍ଷ୍ମୀ ବିମାନରେ ଶ୍ରୀଗୁଣ୍ଡିଚା ମନ୍ଦିର ଆସିବା ପରେ ପ୍ରଥମେ ନନ୍ଦିଘୋଷ ରଥ ନିକଟରେ ରହିଥା’ନ୍ତି। ସେଠାରେ ମହାଲକ୍ଷ୍ମୀଙ୍କୁ ମହାପ୍ରସାଦ ଲାଗି, ବନ୍ଦାପନା, ଚାମର ଆଲଟ, ଘସା ବିଡ଼ିଆ ସହ ଦହି ପଟି ମଣୋହି ନୀତି ଅନୁଷ୍ଠିତ ହୋଇଥାଏ। ଲକ୍ଷ୍ମୀ ଜୟ ବିଜୟ ଦ୍ୱାର ନିକଟରେ ବିଜେ ହେବା ପରେ ତାଙ୍କୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପ୍ରଦାନ କାରଯାଇଥାଏ। ଏହା ପରେ ନାକଚଣା ଦ୍ୱାର ଦେଇ ମହାଲକ୍ଷ୍ମୀ ହେରାଗୌରୀ ସାହିବାଟେ ଶ୍ରୀମନ୍ଦିରକୁ ଯାଇଥା’ନ୍ତି। ହେରାପଞ୍ଚମୀ ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ନାହିଁ ନ ଥିବା ଗହଳି ପରିଲକ୍ଷିତ ହୋଇଛି।

You might also like