ହଜିଗଲା ମାନବିକତା, ପର କଲା ପରିବାର

କେନ୍ଦ୍ରାପଡ଼ା : ବିଲ ଗହୀର ମଝିରେ କୁଡିଅା ଘର। କିଛି ଅସଜଡା ନଡା ଅାଉ ଛିଣ୍ଡା ପଲିଥିନ୍‌କୁ ନେଇ ତିଅାରି ହୋଇଛି ଅସ୍ଥାୟୀ ଅାଶ୍ରୟସ୍ଥଳୀ। ଅାଉ ଏହାରି ଭିତରେ ରହୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ରାମଚନ୍ଦ୍ରପୁର ଗାଁର ଅସହାୟ ସହଦେବ ସେଠୀ। ଦିନ ରାତି, ୨୪ ଘଣ୍ଟା ଏହାରି ଭିତରେ ଅତି ଦୁଃସ୍ଥ ଦୟନୀୟ ଅବସ୍ଥାରେ ବିତୁଛି ତାଙ୍କର ଜୀବନ।

ସହଦେବଙ୍କ ଏ ଅସହାୟତା ପାଇଁ ଦାୟୀ କୁଷ୍ଠ ରୋଗ। ସେ କୁଷ୍ଠ ରୋଗରେ ପୀଡ଼ିତ ହୋଇଥିବା ଗାଁ ଲୋକେ ଜାଣିବା ପରେ ତାଙ୍କୁ ସାମାଜିକ ବାସନ୍ଦ ହେବାକୁ ପଡିଛି। ଏମିତିକି ନିଆଁ, ପାଣି ସବୁ ବନ୍ଦ୍ ଫଳରେ ବାଧ୍ୟ ହୋଇ ସହଦେବଙ୍କ ପରିବାର ଲୋକେ ପାଣିଘେରା ଗହୀର ଦଣ୍ଡାରେ ସହଦେବଙ୍କ ପାଇଁ ତିଅାରି କରିଛନ୍ତି ଏହି ଅସ୍ଥାୟୀ କୁଡିଅା।

ପ୍ରାୟ ୩ ବର୍ଷ ତଳେ କୁଷ୍ଠ ରୋଗରେ ଅାକ୍ରାନ୍ତ ବୋଲି ଜାଣିବାକୁ ପାଇଥିଲେ ସହଦେବ। ପରେ ଚିକିତ୍ସା ପାଇଁ ଯାଇଥିଲେ କଟକ ଏସ୍‌ସିବି। ହେଲେ ପାଖରେ ଟଙ୍କା ନଥିବାରୁ ଅଧାରୁ ତାଙ୍କୁ ହସ୍ପିଟାଲରୁ ଫେରାଇ ଦିଅାଯାଇଥିବା କହିଛନ୍ତି ସହଦେବ । ଡାକ୍ତରଖାନାରୁ ଫେରି ପରିବାର ଲୋକଙ୍କ ସହାୟତା ଓ ସହାନୁଭୂତି ପାଇବାକୁ ଅାଶା କରିଥିଲେ ସେ । ହେଲେ ତାହା ସମ୍ଭବ ହେଲାନି, ଓଲଟା କୁଷ୍ଠକୁ ନେଇ ଥିବା ଅନ୍ଧବିଶ୍ୱାସ ଯୋଗୁଁ ମିଳିଥିଲା ଗାଁ ଲୋକଙ୍କ ଲାଞ୍ଛନା।

ସହଦେବଙ୍କ ପରିବାରକୁ ବନ୍ଦ୍ ହେଲା ନିଆଁ ପାଣି। ତେଣୁ ଇଛା ନଥିଲେ ବି ବାଧ୍ୟ ହୋଇ ପରିବାରରୁ ଅଲଗା ହୋଇଥିଲେ ସହେଦବ। ଅଭାବରୁ ଚିକିତ୍ସା କରିନପାରି ଏବେ ନିଜ ଭାଗ୍ୟକୁ ଅାଦରି ଏଇ ଭଙ୍ଗା କୁଡିଅାରେ ପଡି ରହିଛନ୍ତି ସହଦେବ। କିଏ ଭିକ କି ଭାତ ମୁଠେ ଦେଲେ ଖାଉଛନ୍ତି, ନହେଲେ ଓପାସ। ଏଭଳି ସ୍ଥିତିରେ କେବଳ ଠାକୁରଙ୍କୁ ଗୁହାରି କରିବା ବ୍ୟତୀତ ଯେମିତି ଅନ୍ୟ କିଛି ଉପାୟ ନାହିଁ ତାଙ୍କ ପାଖରେ।

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like