ସୁରଟରେ ଇନ୍‌ଭେଷ୍ଟର୍‌ସ ମିଟ୍‌ରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ସୁରଟ : ଓଡ଼ିଶା ପରବରେ ଯୋଗ ଦେବା ପୂର୍ବରୁ ଅାଜି ସୁରଟରେ ଅାୟୋଜିତ ଇନ୍‌ଭେଷ୍ଟର୍‌ସ ମିଟ୍‌ରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୁଞ୍ଜିନିବେଶକାରୀଙ୍କୁ ଭେଟି ସେମାନଙ୍କ ସହ ଅାଲୋଚନା କରିଛନ୍ତି।

ଓଡ଼ିଶାରେ ପ୍ଲାଷ୍ଟିକ୍ ଓ ଟେକ୍ସଟାଇଲ ଶିଳ୍ପର ବିକାଶ ପାଇଁ ଗୁଜରାଟର ଇନ୍‌ଭେଷ୍ଟର୍ସ ମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ବିଶେଷ କରି ଓଡ଼ିଶାରେ ପ୍ଲାଷ୍ଟିକ୍ ଶିଳ୍ପ ପାଇଁ ନିବେଶ କରିବାକୁ ଅାହ୍ୱାନ କରିଛନ୍ତି। ଗୁଜରାଟର ଶିଳ୍ପପତିମାନେ ମଧ୍ୟ ଓଡ଼ିଶାରେ ନିବେଶ କରିବାକୁ ଅାଗ୍ରହୀ ଥିବା କହିଛନ୍ତି ଧର୍ମେନ୍ଦ୍ର।

You might also like