ଭାରତରେ ଆଉ ୫ ଜଣଙ୍କଠାରେ କରୋନାର ବ୍ରିଟେନ ଷ୍ଟ୍ରେନ ଚିହ୍ନଟ

ଟେନସନ ଦେଉଛି କରୋନାର ନୂଆ ଷ୍ଟ୍ରେନ

ନୂଆଦିଲ୍ଲୀ: ଟେନସନ ଦେଉଛି କରୋନାର ନୂଆ ଷ୍ଟ୍ରେନ। ପୁଣି ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ମିଳିଛି ସୂଚନା। ତେବେ ପୁଣି ୫ ଜଣ ଆକ୍ରାନ୍ତ ହେବା ପରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪ଟି ପୁଣେସ୍ଥିତ ‘ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି’ରୁ ଚିହ୍ନଟ କରାଯାଇଥିବା ବେଳେ ବାକି ଅନ୍ୟଟି ଦିଲ୍ଲୀସ୍ଥିତ ‘ସିଏସ୍‌ଆଇଆର୍‌’- ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଜିନୋମିକ୍ସ୍‍ ଆଣ୍ଡ୍‌ ଇଣ୍ଟିଗ୍ରେଟିଭ୍‌ ବାୟୋଲୋଜି’ରେ ଚିହ୍ନଟ କରାଯାଇଛି।

ତେବେ ପୁଣି ବ୍ୟାପିବାରେ ଲାଗିଲାଣି କରୋନା ମହାମାରୀ। ଧୀରେ ଧୀରେ କରୋନାର ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହେଉଛନ୍ତି ଅଧିକରୁ ଅଧିକ ଲୋକ। ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୨୫ ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେଲେଣି। ପ୍ରଥମେ ଦେଶର ବିଭିନ୍ନ ସ୍ଥାନରୁ ୬ ଜଣ ବ୍ରିଟେନ ଫେରନ୍ତାଙ୍କୁ ଠାବ କରାଯାଇଥିଲା ଯେଉଁମାନଙ୍କ ପାଖରେ କରୋନାର ନୂଆ ଷ୍ଟ୍ରେନ ମିଳିଥିଲା । ପରେ ଆଉ ୧୪ ଜଣଙ୍କୁ ଚିହ୍ନଟ କରାଯିବା ପରେ ପୁଣି ଆଜି ୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନାଥାଉ କି, କରୋନାର ନୂଆ ଷ୍ଟ୍ରେନ୍‌ ବ୍ରିଟେନ୍‌ରେ ହାହାକାର ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ବ୍ରିଟେନରୁ ଭାରତ  ଆସୁଥିବା ସମସ୍ତ ଫ୍ଲାଇଟ୍‌କୁ ବାତିଲ କରାଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଅନୁସାରେ, ରାଜଧାନୀ ଦିଲ୍ଲୀରୁ ୮ ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି, ଯେଉଁମାନଙ୍କଠାରେ ବ୍ରିଟେନ ନୂଆ ଷ୍ଟ୍ରେନ ଥିବା ଜଣାଯାଇଛି।

କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ରାଜ୍ୟରେ ୭ ଜଣ ଲୋକଙ୍କ ପାଖରେ କରୋନା ନୂଆ ଷ୍ଟ୍ରେନ ମିଳିଛି। ଏମାନଙ୍କ ମଧ୍ୟରୁ ୩ ଜଣ ବେଙ୍ଗାଲୁର ଏବଂ ୪ ଜଣ ଶିମୋଗାରୁ ଚିହ୍ନଟ କରାଯାଇଛି। ଏମାନଙ୍କ ସମ୍ପର୍କରେ ଆସିଥିବା କିଛି ବ୍ୟକ୍ତିଙ୍କ ପାଖରେ ମଧ୍ୟ କରୋନା ଭାଇରସ ଥିବା ଜଣାଯାଇଛି।

ସେପଟେ ଆମେ ଯଦି ରାଜ୍ୟ କରୋନା ସ୍ଥିତି ଉପରେ ନଜର ପକାଇବା ତେବେ,ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୩୧୫ କରୋନା ପଜିଟିଭ। ୨୭ ଜିଲ୍ଲାରୁ ଏହି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୮୧ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୩୪ ଲୋକାଲ କେସ ଥିବା ଜଣାଯାଇଛି। ସେହିପରି ରାଜ୍ୟରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨ ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି।

ଆଜି କଟକରୁ ସର୍ବାଧିକ ୪୧ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ତା’ ପଛକୁ ରହିଛି ବଲାଙ୍ଗୀର। ଏଠାରୁ ୪୦ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଅନଗୁଳରୁ ୨୦, ବାଲେଶ୍ୱରରୁ ୧୫, ବରଗଡରୁ ୧୪, ଭଦ୍ରକରୁ ୧, ଦେବଗଡରୁ ୨, ଢେଙ୍କାନାଳରୁ ୧, ଗଞ୍ଜାମରୁ ୩, ଜଗତସିଂହପୁରରୁ ୫, ଯାଜପୁରରୁ ୧୫, ଝାରସୁଗୁଡାରୁ ୭, କଳାହାଣ୍ଡିରୁ ୨, କେନ୍ଦ୍ରାପଡାରୁ ୧୦, କେନ୍ଦୁଝରରୁ ୭, ଖୋର୍ଦ୍ଧାରୁ ୨୪, କୋରାପୁଟରୁ ୩, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୧୭ ରୋଗୀ ଚିହ୍ନଟ ହୋଇଛନ୍ତି। ୟ

ସେହିପରି ନୂଆପଡା ଓ ସମ୍ବଲପୁରରୁ ୨୬ ଓ ସୁନ୍ଦରଗଡରୁ ୧୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୩,୨୯,୬୨୧ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି ୩,୨୫,୧୦୩। ଆକ୍ଟିଭ କେସ ରହିଛି ୨୫୯୨।

୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରର ଜଣେ ୫୭ ବର୍ଷୀୟ ମହିଳାଙ୍କର ମୃତ୍ୟୁ ଘଟିଛି। ସେ କୀଡନି ରୋଗରେ ଆକ୍ରାନ୍ତ ଥିଲେ। ସେହିପରି ପୁରୀର ଜଣେ ୭୬ ବର୍ଷୀୟ ମହିଳାଙ୍କର ମୃତ୍ୟୁ ଘଟିଛି। ଏହାକୁ ମଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୮୭୩ରେ ପହଞ୍ଚିଛି।

ସୂଚନାଥାଉ କି, ଗତକାଲି ୨୮ ଜିଲ୍ଲାରୁ ୩୦୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲାବେଳେ ଆଜି ଏହାର ସଂଖ୍ୟା ବୃଦ୍ଧି ପାଇଛି। ଗତକାଲି ଚିହ୍ନଟ ରୋଗୀଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୩୧ ଲୋକାଲ କେସ୍‌ ଥିଲା। ଅନ୍ୟପକ୍ଷେ ଗତକାଲି  କରୋନା ମୃତ୍ୟୁ ସଂଖ୍ୟା ୩ ଥିଲା।

ରାଜ୍ୟରେ କରୋନା ସଂକ୍ରମଣ ପୂର୍ବାପେକ୍ଷା ହ୍ରାସ ପାଇଥିଲେ ହେଁ ବ୍ରିଟେନ୍‌ର ନୂଆ ଷ୍ଟ୍ରେନକୁ ନେଇ ଆତଙ୍କ ଖେଳି ଯାଇଛି। ଓଡ଼ିଶାରେ କିଛି ବ୍ରିଟେନ ଫେରନ୍ତା ଥିବାରୁ ସଂକ୍ରମଣ ଭୟ ଅଧିକ ବଢିଯାଇଛି। ଏହାକୁ ଦୃଷ୍ଟିରେ ରଖି ନୂଆବର୍ଷ ଜିରୋ ନାଇଟ ସେଲେବ୍ରେଶନ ଉପରେ କଟକଣା ଜାରି କରାଯାଇଛି। ଆଜି ରାତି ପାଇଁ ନାଇଟ କର୍ଫ୍ୟୁ ଘୋଷଣା କରିଛନ୍ତି ସରକାର। ଆଜି ରାତି ୧୦ଟାରୁ କାଲି ସକାଳ ୫ଟା ଯାଏ ନାଇଟ କର୍ଫ୍ୟୁ ଲାଗିବ । ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ ନେଇ ସହଯୋଗ କରିବାକୁ ନିବେଦନ କରିଛନ୍ତି SRC।

You might also like