ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ବିଦାୟୀ ଭାଷଣ

ଅାସନ୍ତାକାଲି ସରୁଛି କାର୍ଯ୍ୟକାଳ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ ଅାସନ୍ତା କାଲି ଶେଷ ହେଉଛି। ତା ପୂର୍ବରୁ ଅାଜି ସେ ତାଙ୍କର ବିଦାୟକାଳୀନ ଅଭିଭାଷଣ ରଖିଛନ୍ତି। ସୁପ୍ରିମକୋର୍ଟ ବାର ଅାସୋସିଏସନ ଦ୍ୱାରା ଅାୟୋଜିତ ଏହି ସଭାରେ ନ୍ୟାୟିକ ସ୍ୱାଧୀନତାର ମହତ୍ତ୍ୱ ରହିଛି ଏବଂ ଏହା ସର୍ବଦା ରହିବା ଉଚିତ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର କହିଛନ୍ତି।

ସେ କେବେ କୌଣସି ବ୍ୟକ୍ତିର ଇତିହାସ ଦେଖି ବିଚାର କରନ୍ତି ନାହିଁ। ଲୋକର ଅପରାଧ ଦେଖି ସର୍ବଦା ବିଚାର କରିଥାନ୍ତି ବୋଲି କହିଛନ୍ତି। ୧୩ ମାସର ଏହି କାର୍ଯ୍ୟକାଳ ଭିତରେ ସେ ଅନେକ ଐତିହାସିକ ରାୟ ଦେଇଛନ୍ତି।  ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ, ଅାଧାର ବୈଧ, ଅଯୋଧ୍ୟା ମାମଲାର ରାୟ  ସଂରକ୍ଷିତ, ସବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ କଟକଣା ଉପରେ ରାୟ ଦେଇଛନ୍ତି।

ସୁପ୍ରିମକୋର୍ଟର ବିଚାରପତି ଥିବା ଜଷ୍ଟିସ ରଂଜନ ଗୋଗୋଇ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ।

You might also like