କେମିତି ଚାଲିଛି ରଥ ନିର୍ମାଣ କାର୍ଯ୍ୟ ?

ପୁରୀ: ରଥ ଖଳାରେ ୩ ରଥର ନିର୍ମାଣ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି। ୩ ରଥର ୧୨ଟି ଚକ ନିର୍ମାଣ କାମ ଶେଷ ହୋଇଛି। ଏହାସହିତ ୩ ରଥର ଅର ସଂଯୋଗ କାମ ଏବଂ ଦୁଇଟି ଲେଖାଏଁ ବିଲେଇ ବାଡ଼ିଆ କାମ ଜାରି ରହିଛି।

ଏହାସହିତ ରୂପକାର ସେବକମାନେ ରଥଗୁଡିକର ଜଳଯନ୍ତ୍ର ଓ ୬ଟି ଓରା ତିଆରି କାମ ଶେଷ କରିଛନ୍ତି। ସେଇଭଳି ରଥର ୪ ନାହାକା ସ୍ଥାପନ ପାଇଁ କାମ ଆଗେଇ ଚାଲିଛି। ୧୧ଟି ଗୁଜରେ ସିଂହ ବରାଳ ଖୋଦେଇ କାମ ସରିବା ସହ ୩୪ଟି ଚକର ବିନ୍ଧ କାମ ଶେଷ ହୋଇଛି।

ପର୍ଯ୍ୟାୟକ୍ରମେ ରଥର ଅବଶିଷ୍ଟ ଦଣ୍ଡା, ନାହାକା ଓ ଗୟଳ କାମ ଆରମ୍ଭ ହେବ। ସେପଟେ ବିଭିନ୍ନ ପ୍ରକାର କଣ୍ଟା ତିଆରିରେ ଲାଗିପଡ଼ିଛନ୍ତି କମାର ସେବକ। ନିର୍ଦ୍ଧାରିତ ସମୟ ପୂର୍ବରୁ ସାରିବାକୁ ହେବ ରଥ କାମ। ଏନେଇ ଖୁବ୍ ବ୍ୟସ୍ତ ମହାରଣା ସେବକ।

You might also like