ସିସିଟିଭି‌ରେ କଏଦ ହେଲା ପାକ୍‌ ବିମାନ କ୍ରାଶ୍‌ ବେଳର ଭୟଙ୍କର ଦୃଶ୍ୟ

ଇସଲାମାବାଦ: ପାକିସ୍ତାନ ଇଣ୍ଟରନ୍ୟାସ୍‌ନାଲ୍ ଏୟାର୍‌ଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଗତକାଲି ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ବିମାନଟି ଲ୍ୟାଣ୍ଡିଂ କରିବାର ମାତ୍ର କେଇ ମିନିଟ୍‌ ପୂର୍ବରୁ ଏହା ଜନବସତି ଅଞ୍ଚଳରେ ଖସି ପଡ଼ିଥିଲା। ଯାହା ଅତି ଭୟଙ୍କର ଥିଲା ବୋଲି ସିସିଟିଭି ଫୁଟେଜ୍‌ରେ କଏଦ ହୋଇଥିବା ଭିଜୁଆଲ୍‌ରୁ ଜଣାପଡ଼ିଛି।

୯୯ଜଣ ଯାତ୍ରୀଙ୍କୁ ଧରି PK-8303 ବିମାନଟି ଗତକାଲି ଅପରାହ୍ଣରେ ଲାହୋରରୁ ଉଡ଼ାଣ ଭରିଥିଲା। ତେବେ କରାଚି ସ୍ଥିତ ଜିନ୍ନା ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନଟି ଅବତରଣ କରିବାର ମାତ୍ର କେଇ ମିନିଟ୍‌ ପୂର୍ବରୁ ଏହା କ୍ରାଶ୍‌ ହୋଇଯାଇଥିଲା। ଏଥିରେ ୯୭ଜଣଙ୍କ ମୃତ୍ୟୁ ଘଟିଛି।

ବିମାନଟି କ୍ରାଶ୍‌ ବେଳର ଦୃଶ୍ୟ ସିସିଟିଭି ଫୁଟେଜ୍‌ରେ କଏଦ ହୋଇଛି। ବିମାନଟି ଲ୍ୟାଣ୍ଡିଂ ପାଇଁ ପ୍ରୟାସ କରୁଥିବାବେଳେ, ହଠାତ୍‌ ଏକ ବିଲ୍ଡିଂରେ ଧକ୍କା ହୋଇ ତଳକୁ ଖସି ପଡ଼ିଥିଲା। ମାତ୍ର କିଛି ସେକେଣ୍ଡ୍‌ ଭିତରେ ବିମାନଟି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିଲା। ସମଗ୍ର ଅଞ୍ଚଳ ପୂରା ଧୂଆଁମୟ ହୋଇଯାଇଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ବିମାନଟି ପ୍ରଥମେ ମୋବାଇଲ୍‌ ଟାୱାରରେ ମାଡ଼ ହୋଇଥିଲା। ଏହାପରେ ମାଲିର୍‌ର ମଡେଲ୍‌ କଲୋନୀ ସ୍ଥିତ ଜିହ୍ନା ଗାର୍ଡେନ ନିକଟରେ ଥିବା ଘରର ବିଲ୍ଡିଂରେ ଧକ୍କା ହୋଇ ତଳକୁ ଖସି ପଡ଼ିଥିଲା। ଏହି ଘଟଣାପରେ ସେଠାରେ ଥିବା ଅଧିକାଂଶ ଘର ଗୁଡ଼ିକରେ ନିଆଁ  ଲାଗି ଯାଇଥିଲା।

କରୋନା ଲକ୍‌ଡାଉନ୍‌ ପାଇଁ ପାକିସ୍ତାନରେ ବିମାନ ସେବା ବନ୍ଦ ଥିବାବେଳେ ଗତ ସପ୍ତାହରେ ପୁଣି ଉଡ଼ାଣ ଆରମ୍ଭ ହୋଇଥିଲା।

ଆହୁରି ପଢ଼ନ୍ତୁ

ରାମ ମନ୍ଦିର ପାଇଁ ଶୁଭେଚ୍ଛା ଜଣାଇବା ପରେ ହସିନ ଜାହାଁନଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ

୨ ପ୍ରତିଶତରୁ କମିଲା କରୋନା ମୃତ୍ୟୁହାର

‘କରୋନା ସଂକ୍ରମିତଙ୍କ ପାଇଁ ପ୍ରଥମ ୭୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ’

ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ

ନଦୀରୁ ବାହାରିଲା ପୁଳାପୁଳା ସୁନା!

ପ୍ରଥମଥର ସୁଶାନ୍ତଙ୍କ ପରିବାରକୁ ଇଡିର ପଚରାଉଚୁରା

ପରଲୋକରେ ପ୍ରସିଦ୍ଧ ଲେଖକ ଓ ଗୀତିକାର ରାହତ ଇନ୍ଦୋରୀ

ପ୍ରସିଦ୍ଧ ଲେଖକ ରାହତ ଇନ୍ଦୋରି କରୋନା ପଜିଟିଭ

ଦିଶା ସାଲିୟାନଙ୍କ ହତ୍ୟା ମାମଲାରେ ନିଜ ନାଁ ଯୋଡ଼ିବାରୁ ଥାନାରେ ମାମଲା ରୁଜୁ କଲେ ସୁରଜ ପଞ୍ଚୋଲି

ବିଜେପି ସାଂସଦଙ୍କୁ ଏହି ଦେଶରୁ ଆସିଲା ହତ୍ୟା ଧମକ

ସ୍ତ୍ରୀର ସ୍ମୃତି ପାଇଁ ସ୍ୱାମୀ ତିଆରି କଲେ ମହମ ପ୍ରତିମୂର୍ତ୍ତି

ଜନ୍ମାଷ୍ଟମୀରେ କିପରି ଉପାସନା କରିବେ, ଜାଣନ୍ତୁ ପୂଜାବିଧି

You might also like