ଫୋକସ୍ ୨୦୧୯: ବିଜେପିର ୨ ଦିନିଅା ଜାତୀୟ କାର୍ଯ୍ୟକାରିଣୀ
ଟାର୍ଗେଟ୍ ଦେବେ ଅମିତ ଶାହା
ନୂଆଦିଲ୍ଲୀ: ଫୋକସ୍ରେ ୨୦୧୯। ତା’ ସହିତ ଅାଗକୁ ଥିବା ୪ ରାଜ୍ୟର ବିଧାନସଭା ନିର୍ବାଚନ। ଦିଲ୍ଲୀରେ ଅାଜିଠାରୁ ଅାରମ୍ଭ ହୋଇଥିବା ବିଜେପିର ଦୁଇ ଦିନିଅା ଜାତୀୟ କାର୍ଯ୍ୟକାରିଣୀରେ ଏହି ଦୁଇଟି ପ୍ରସଙ୍ଗରେ ମୁଖ୍ୟତଃ ଅାଲୋଚନା ହେବ। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଓ ସଭାପତି ଅମିତ ଶାହାଙ୍କ ସହିତ ସବୁ ବରିଷ୍ଠ ନେତା ଯୋଗ ଦେଉଛନ୍ତି।
ତେବେ ମୋଦି ଅାଜିର ଅାଲୋଚନାରେ ଯୋଗ ନଦେଇ ଅାସନ୍ତାକାଲି ଯୋଗ ଦେବେ। କାର୍ଯ୍ୟକାରିଣୀରେ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରଣନୀତି। ପ୍ରତ୍ୟେକ ରାଜ୍ୟ ପାଇଁ ଅମିତ ଶାହା ନିର୍ଦ୍ଦିଷ୍ଟ ଟାର୍ଗେଟ୍ ଦେବେ ବୋଲି ଜଣାପଡ଼ିଛି।
ତା’ ସହିତ ପ୍ରତ୍ୟେକ ରାଜ୍ୟ ସଭାପତିଙ୍କୁ ସ୍ୱତନ୍ତ୍ର ଟାସ୍କ ଦିଅାଯିବ। ମୋଦି ସରକାରର ସଫଳତା ସଂପର୍କରେ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଲୋକଙ୍କୁ ଅବଗତ କରିବାକୁ ନିଅାଯିବ ପଦକ୍ଷେପ।
ଏ ବର୍ଷ ଶେଷ ଅାଡ଼କୁ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ମିଜୋରମ୍ରେ ନିର୍ବାଚନ ହେବ। ପ୍ରଥମ ତିନିଟି ରାଜ୍ୟରେ ବିଜେପି କ୍ଷମତାରେ ଅଛି।