ଆନ୍ଧ୍ରରେ ‘ତିତ୍‌ଲି’ର କରାଳ ତାଣ୍ଡବ, ୮ ମୃତ୍ୟୁ

ହାଇଦ୍ରାବାଦ: ବାତ୍ୟା ‘ତିତ୍‌ଲି’ର କରାଳ ତାଣ୍ଡବ ଦେଖିଛି ଆନ୍ଧ୍ରପ୍ରଦେଶ। ବର୍ତ୍ତମାନ ସୁଦ୍ଧା ‘ତିତ୍‌ଲି’ ପ୍ରଭାବରେ ଆନ୍ଧ୍ର ପ୍ରଦେଶର ୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ବିଜୟନଗରମ୍ ଏବଂ ଶ୍ରୀକାକୁଲମ୍ ଜିଲ୍ଲାର ହୋଇଥିବା ସୂଚନା ମିଳିଛି।

ଜାତୀୟ ଗଣମାଧ୍ୟମରେ ଏ ନେଇ ଖବର ପ୍ରସାରଣ ହୋଇଛି। ଆନ୍ଧ୍ରର ଏହି ଦୁଇ ଜିଲ୍ଲାରେ ପ୍ରବଳ କ୍ଷୟକ୍ଷତି ହୋଇଛି। ବିଦ୍ୟୁତ୍ ସରବରାହ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି। ସେହିଭଳି ବିଜୟନଗରମ୍ ଏବଂ ଶ୍ରୀକାକୁଲମ୍ ଜିଲ୍ଲାର ଗ୍ରାମାଞ୍ଚଳ ସହ ସହରର ଯୋଗାଯୋଗ ପୂରାପୂରି କଟି ଯାଇଛି।

You might also like
Comments
Loading...