ଷ୍ଟାଟସ୍‌ ନୁହେଁ ଧମକ୍‌କୁ ଦେଖି ଜେଡ୍‌ ପ୍ଲସ ସୁରକ୍ଷା ଯୋଗାଇ ଦେବା ଉଚିତ-ସୁପ୍ରମକୋର୍ଟ

ନୂଆଦିଲ୍ଲୀ:ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ଭାଇ ଅନିଲ ଅମ୍ବାନୀଙ୍କୁ ଜେଡ୍‌ ପ୍ଲସ ସିକ୍ୟୁରିଟ ପ୍ରତ୍ୟାହାର ଆବେଦନ ମଙ୍ଗଳବାର ସୁପ୍ରିମକୋର୍ଟରେ ଖାରଜ ହୋଇ ଯାଇଛି। ଏଥିସହିତ ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କ ଟିପ୍ପଣୀକୁ ମଧ୍ୟ ସମାଲୋଚନା କରିଛନ୍ତି।

ଆବେଦନକାରୀ ହିମାଂଶୁ ଅଗ୍ରୱାଲ କହିଥିଲେ ଯେ, ଅମ୍ବାନୀ ପରିବାର ନିଜ ସୁରକ୍ଷା ଖର୍ଚ୍ଚ ବହନ କରିବାକୁ ସମର୍ଥ। ତେଣୁ ତାଙ୍କୁ ଦିଆଯାଇଥିବା ଉଚ୍ଚସ୍ତରୀୟ ସୁରକ୍ଷା ପ୍ରତ୍ୟାହାର କରି ନିଆଯାଉ।

ବମ୍ବେ ହାଇକୋର୍ଟ ଏହା ଉପରେ ଟିପ୍ପଣି ଦେଇ କହିଥିଲେ, ଯେଉଁମାନଙ୍କ ଜୀବନ ପ୍ରତି ବିପଦ ରହିଛି ଏବଂ ଯେଉଁମାନେ ସୁରକ୍ଷା ଖର୍ଚ୍ଚ ଉଠାଇବା ପାଇଁ ସମର୍ଥ  ସେମାନଙ୍କୁ ହିଁ ଉଚ୍ଚସ୍ତରୀୟ ସୁରକ୍ଷା ଯୋଗାଇ ଦେବା ଉଚିତ୍‌।

ବମ୍ବେ ହାଇକୋର୍ଟ କହିଥିଲେ, ଆଇନକୁ କାର୍ଯ୍ୟକାରୀ କରାଇବା ଦାୟିତ୍ୱ ରାଜ୍ୟ ସରକାରଙ୍କର। ଏପରିକି ନାଗରିକାଙ୍କୁ ସୁରକ୍ଷା ପ୍ରଦାନ ମଧ୍ୟ ସରକାରଙ୍କ ଦାୟିତ୍ୱ। ଭାରତର ଜିଡିପି ଉପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (RIL)ର ରେଭିନ୍ୟୁର ବଡ ଧରଣର ପ୍ରଭାବ ରହିଛି। ତେଣୁ ଏପରି ଲୋକଙ୍କ ଜୀବନ ପ୍ରତି ବିପଦକୁ ହାଲ୍‌କା ଭାବେ ନେଇ ହେବ ନାହିଁ।

ଅମ୍ବାନୀ ପରିବାର ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ କହିଛନ୍ତି, ଦୁଇ ଉଦ୍ୟୋଗପତି ମୁକେଶ ଓ ଅନିଲ ଅମ୍ବାନୀ ଏବଂ ସେମାନଙ୍କ ପରିବାର ପ୍ରତି ବିପଦ ରହିଛି। ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସୁରକ୍ଷା ବଦଳରେ ତାଙ୍କୁ ପେମେଣ୍ଟ କରାଯାଉଛି।

ହେଲେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇ କହିଛନ୍ତି, ଜେଡ ପ୍ଲସ୍‌ ସୁରକ୍ଷା କାହା ପାଇଁ ଓ କାହିଁକି ? ଏହାର ସନ୍ତୋଷଜନକ ଉତ୍ତର ରାଜ୍ୟ ସରକାରଙ୍କ ପାଖରେ ରହିବା ଉଚିତ୍‌। ରାଜ୍ୟ ସରକାଯର ଧମକକୁ ବିଚାର କରି ସୁରକ୍ଷା ଯୋଗାଇ ଦେବା ଉଚିତ୍‌, ଜଣଙ୍କର ଷ୍ଟାଟସ୍‌କୁ ଦେଖି ନୁହେଁ।

ସୂଚନାଥାଉ କି, ମନମୋହନ ସରକାରଙ୍କ ସମୟରେ ୨୦୧୩ରେ ମୁକେଶ ଅମ୍ବାନୀଙ୍କ  ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଥିଲା ଏବଂ ଏ ନେଇ ସେ ସମୟରେ ସୁପ୍ରମକୋର୍ଟ ଜବାବ-ତଲବ ହୋଇଥିଲା।

ଏଠି କହିରଖିବୁ, ସିଆରପିଏଫ ତତ୍କାଳୀନ ମହାନିର୍ଦ୍ଦେଶକ ପ୍ରଣୟ ସହାୟ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସିକ୍ୟୁରିଟି ପର୍ସନାଲଙ୍କ ଦରମା ଏବଂ ଗାଡି ଖର୍ଚ୍ଚ ବାବଦରେ ୧୫ ଲକ୍ଷ ଖର୍ଚ୍ଚ ହେଉଛି ଯାହାକୁ ଅମ୍ବାନୀ ପରିବାର ବହନ କରୁଛନ୍ତି।

 

You might also like