କଙ୍ଗାରୁ କୋର୍ଟରେ ଯୁବକଙ୍କୁ ମାଡ଼

କେନ୍ଦ୍ରାପଡ଼ା: ପ୍ରେମ ବ୍ୟାପାରକୁ ନେଇ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ମାଡ଼ ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଳକ୍‌ ତାଳଚୁଆ ଗାଁରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ରଙ୍କଣି ପଞ୍ଚାୟତର ଜଣେ ଯୁବକ ଗାଁ ତାଳଚୁଆ ପଞ୍ଚାୟତର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଗ୍ରାମବାସୀ ଏହା ଜାଣିବା ପରେ ଗତକାଲି ତାଳଚୁଆ ସରପଞ୍ଚଙ୍କ ଅଧ୍ୟକ୍ଷତାରେ ଗାଁରେ ଏକ ସଭା ବସିଥିଲା। ପରେ ସରପଞ୍ଚ ସଂପୃକ୍ତ ଯୁବକଙ୍କୁ ଉଲଗ୍ନ କରି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଫଳରେ ଯୁବକଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି।

ସେପଟେ ଘଟଣା ନେଇ ସ୍ଥାନୀୟ ଲୋକେ ଆଜି ସରପଞ୍ଚଙ୍କ ଘର ଆଗରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି। ଅନ୍ୟପକ୍ଷରେ ତାଳଚୁଆ ସରପଞ୍ଚ ମାଡ଼ ମାରିଥିବା ଖବରକୁ ଖଣ୍ଡନ କରିଛନ୍ତି। ତେବେ ଏନେଇ କୌଣସି ମାମଲା ରୁଜୁ ହୋଇନଥିବାବେଳେ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖାଯାଇଥିବା ତାଳଚୁଆ ମେରାଇନ୍ ଥାନା ଆଇଆଇସି ସୂଚନା ଦେଇଛନ୍ତି।

You might also like