ବିଶ୍ୱର ବଡ଼ ବଡ଼ ନେତା, ଶିଳ୍ପପତିଙ୍କ ଟ୍ୱିଟର୍ ଆକାଉଣ୍ଟ ହ୍ୟାକ୍
ନୂଆଦିଲ୍ଲୀ: ବିଶ୍ୱର ବଡ଼ ବଡ଼ ନେତା ଓ ଶିଳ୍ପପତିଙ୍କ ଟ୍ୱିଟର୍ ଆକାଉଣ୍ଟ ହ୍ୟାକ୍ ହୋଇଥିବା ସୂଚନା ମିଳିଛି।ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଆମେରିକାର ପୂର୍ବତନ ଉପ-ରାଷ୍ଟ୍ରପତି ଜୋଏ ବିଡେନ୍, ନ୍ୟୁୟର୍କ ସିଟିର ପୂର୍ବତନ ମେୟର ମାଇକ୍ ବ୍ଲୁମ୍ବର୍ଗ, ଇ-କମର୍ସ ସଂସ୍ଥା ଆମାଜନ୍ CEO ଜେଫ୍ ବେଜୋସ୍, ମାଇକ୍ରୋସଫ୍ଟ କୋ-ଫାଉଣ୍ଡର୍ ବିଲ୍ ଗେଟ୍ସ୍, Tesla ସିଇଓ Elon Musk, ସେଲେବ୍ରିଟି Kanye West ଓ ତାଙ୍କ ପତ୍ନୀ କିମ୍ କର୍ଦାଶିଆନ୍ଙ୍କ ସମେତ ଆଉ କିଛି ପ୍ରମୁଖ ବ୍ୟକ୍ତିଙ୍କ ଟ୍ୱିଟର୍ ଆକାଉଣ୍ଟ୍ ହ୍ୟାକ୍ ହୋଇଥିବା ଜଣାପଡ଼ିଛି।
ଆପଲ୍ ଓ ଉବେରର ଟ୍ୱିଟର ଆକାଉଣ୍ଟ ମଧ୍ୟ ହ୍ୟାକ୍ ହୋଇଛି। ହଜାରେ ଡଲାର ଦେଲେ ୨ ହଜାର ଡଲାର ପାଇବେ ବୋଲି ହ୍ୟାକର୍ସମାନେ ଫେକ୍ ଟ୍ୱିଟ୍ କରି ଏମିତି ଲେଖିଛନ୍ତି।
ଟ୍ୱିଟର ପକ୍ଷରୁ ପୂରା ଘଟଣାର ସବିଶେଷ ଯାଞ୍ଚ କରାଯାଉଛି। ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ସବୁ ତଥ୍ୟ ସୁରକ୍ଷିତ ଥିବା ଟ୍ୱିଟର ପକ୍ଷରୁ ସ୍ପଷ୍ଟ କରାଯାଇଛି। କିନ୍ତୁ ସାମୟିକ ଭାବେ ଏହିସବୁ ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରାଯାଇଥିବା ସୂଚନା ମିଳିଛି।
We are aware of a security incident impacting accounts on Twitter. We are investigating and taking steps to fix it. We will update everyone shortly.
— Twitter Support (@TwitterSupport) July 15, 2020