ନୂଆଦିଲ୍ଲୀ: ଆପଣ କେବେ ରକ୍ତ ଦାନ  କରିଛନ୍ତି କି? ଯଦି ନାଁ ତେବେ ନିଶ୍ଚିତ କରନ୍ତୁ। କାରଣ ଆପଣଙ୍କ ରକ୍ତରେ କେବଳ ଜଣଙ୍କର ଜୀବନ ନୁହେଁ ବରଂ ଆପଣଙ୍କର ବି ଅନେକ ଲାଭ ହେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି। ଏହାସହ ସେମାନେ କହିଛନ୍ତି ଯେ, ବାରମ୍ବାର ରକ୍ତ ଦେଲେ କ୍ୟାନସର ହେବ ନାହିଁ ବୋଲି ମଧ୍ୟ ମତ ପ୍ରକାଶ ପାଇଛି। ରକ୍ତଦାନ କରିବା ଦ୍ୱାରା ଶରୀରର ଓଜନ ହ୍ରାସ ହେବା ସହ ହାର୍ଟ ଆଟାକ୍‌ ଭଳି ରୋଗ ମଧ୍ୟ ହେବାର ଆଶଙ୍କା କମ୍‌ ଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। କେବଳ ଏତିକି ନୁହେଁ ବରଂ ଶରୀରର ସର୍କରା ମଧ୍ୟ ସଠିକ୍‌ ରୁହେ ଅର୍ଥାତ୍‌ ଡାଇବେଷ୍ଟିସ ଭଳି ରୋଗ ମଧ୍ୟ ହେବାର ଆଶଙ୍କା କମ୍‌ ଥାଏ। ତେଣୁ ଲୋକଙ୍କ ମାନଙ୍କୁ ବାରମ୍ବାର ରକ୍ତଦାନ କରିବା ଲାଗି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି।

ରକ୍ତ ଦିଅନ୍ତୁ, ହାର୍ଟ୍‌ ଆଟାକ୍‌ରୁ ରକ୍ଷା ପାଆନ୍ତୁ

ରକ୍ତଦାନ କରିବା ଦ୍ୱାରା ଆପଣଙ୍କ ହାର୍ଟ ଭଲରହିବ। କେବଳ ଏତିକି ନୁହେଁ ବରଂ ହାର୍ଟ ଷ୍ଟ୍ରୋକ ପରି ରୋଗରୁ ମଧ୍ୟ ଆପଣ ରକ୍ଷା ପାଇ ପାରିବେ। ବିଶେଷଜ୍ଞଙ୍କ ମତରେ ରକ୍ତରେ ଅଧିକ ଆଇରନ୍‌ର ମାତ୍ରା ହାର୍ଟ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ଆଉ ନିୟମିତ ରକ୍ତଦାନ ଦ୍ୱାରା ରକ୍ତରେ ଆଇରନ୍‌ ମାତ୍ରା ମଧ୍ୟ ନିୟନ୍ତ୍ରିତ ରହିଥାଏ। ତେଣୁ ହାର୍ଟ ଆଟାକ୍‌ର ଡ଼ର ମଧ୍ୟ କମ୍‌ ରହିଥାଏ।

ରେଡ୍‌ ସେଲ୍‌ ପ୍ରଡ଼କ୍ସନ

ରକ୍ତଦାନ ପରେ ଆପଣଙ୍କ ଶରୀରରେ ସାଙ୍ଗେ ସାଙ୍ଗେ ରକ୍ତ ସୃଷ୍ଟି ହେବା ଆରମ୍ଭ କରିଯାଏ। ଆଉ ଏହାଦ୍ୱାରା ଶରୀରର ରକ୍ତକୋଷ ଗୁଡ଼ିକ ଅଧିକ ମାତ୍ରାରେ ଲାଲ୍‌ ରକ୍ତକୋଷ ତିଆର କରିଥାଆନ୍ତି। ଯାହାଦ୍ୱାରା ଆପଣଙ୍କ ଶରୀର ରୋଗ ମୁକ୍ତ ରହିଥାଏ।

ନିୟନ୍ତ୍ରିତ ହେବ ଓଜନ

ରକ୍ତ ଦେବା ଫଳରେ ଶରୀରେ କ୍ୟାଲୋରୀ ନିୟନ୍ତ୍ରିତ ହେବା ସହ ଓଜନ ମଧ୍ୟ ବଢ଼େ ନାହିଁ। କିଛି ଘଂଟା ବ୍ୟବଧାନରେ ଶରୀରରେ ଅଧିକରୁ ଅଧିକ ଲାଲ୍‌ ରକ୍ତ ତିଆରି ହୁଏ। କିନ୍ତୁ ରକ୍ତ ଦେଇ ଓଜନ କମାଇବାକୁ ଚାହୁଁଥିଲେ ତାହା ଅତ୍ୟନ୍ତ ଖରାପ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି। କିନ୍ତୁ ରକ୍ତ ଦେବା ଦ୍ୱାରା ସ୍ୱଂୟଚାଳିତ ଭାବେ ଶରୀରର ଓଜନ ନିୟନ୍ତ୍ରିତ ହୋଇଥାଏ।

ନିୟନ୍ତ୍ରିତ ହେବ ଆଇରନ୍‌ର ମାତ୍ରା

ନିୟମିତ ବ୍ୟବଧାନରେ ରକ୍ତଦାନ କଲେ, ଶରୀରରେ ଆଇରନ୍‌ର ମାତ୍ରା ସଠିକ୍‌ ରହେ। ତେଣୁ ଜଣେ ସୁସ୍ଥ ପୁରୁଷ ୩ ମାସ ବ୍ୟବଧାନରେ ଏବଂ ଜଣେ ସୁସ୍ଥ ମହିଳା ୪ ମାସ ବ୍ୟବଧାନରେ ରକ୍ତ ଦାନ କରିପାରିବେ।

ସୁସ୍ଥ ରହିବ ଶରୀର

ବାରମ୍ବାର ରକ୍ତ ଦେବା ଫଳରେ ଶରୀରର କୋଷ ଗୁଡ଼ିକ ସତେଜ୍‌ ହୋଇ ରହେ। ତେଣୁ ମଣିଷ ଶରୀରରେ ଚମକ ମଧ୍ୟ ବୃଦ୍ଧି ପାଇଥାଏ।

କେବଳ ଏତିକି ନୁହେଁ ବରଂ ରକ୍ତଦାନ କରିବା ଦ୍ୱାରା ବିନା ଶୁଳ୍କରେ ଶରୀରର ସମସ୍ତ ଟେଷ୍ଟ୍‌ ମଧ୍ୟ ହୋଇଯାଇଥାଏ। ଏହାଦ୍ୱାରା ଆପଣଙ୍କ ଶରୀରରେ ଯଦି କୌଣସି ସଂକ୍ରମଣାତ୍ମକ ଭୂତାଣୁ ମଧ୍ୟ ଚିହ୍ନଟ ହୋଇଯାଏ। ଏହାସହ ଆପଣ ରକ୍ତ ଦେଇପାରିବେ କି ନାହିଁ ତାହା ମଧ୍ୟ ଜଣାପଡ଼ିଥାଏ। ଡାକ୍ତରଙ୍କ କହିବା ଅନୁସାରେ, ୧୮ ରୁ ୬୦ ବର୍ଷ ମଧ୍ୟରେ କୌଣସି ବି ଜଣେ ସୁସ୍ଥ ବ୍ୟକ୍ତି ରକ୍ତଦାନ କରିପାରିବ। କିନ୍ତୁ ଯଦି ଆପଣଙ୍କର କୌଣସି ରୋଗ ରହିଛି ତେବେ ଆପଣ ଡାକ୍ତରଙ୍କ ସହ ପରାମର୍ଶ କରି ରକ୍ତଦାନ କରିପାରିବେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହନ୍ତି। ଏହାସହ ରକ୍ତଦେବା ପରେ ଶରୀରେ କୌଣସି କ୍ଷତି ହୋଇନଥାଏ ବୋଲି ମଧ୍ୟ ଡାକ୍ତରମାନେ କହନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରକ୍ତଦାନ କରିବା ଦ୍ୱାରା ଶରୀରରେ ଅନେକ ପ୍ରକାର ଲାଭ ହୁଏ ବୋଲି ଡାକ୍ତରମାନେ କହିଛନ୍ତି।

Other Stories