କରୋନା ମୁକାବିଲା: ଭାରତକୁ ସହାୟତାର ହାତ ବଢ଼ାଇଲା ବିଶ୍ୱ ବ୍ୟାଙ୍କ
ନୂଆଦିଲ୍ଲୀ: କରୋନା ଭଳି ମହାମାରୀର ମୁକାବିଲା ଓ ଦେଶରେ ସ୍ୱାସ୍ଥ୍ୟାବସ୍ଥାର ସୁଧାର ଆଣିବା ଲାଗି ଭାରତକୁ ସହଯୋଗର ହାତ ବଢ଼ାଇଛି ବିଶ୍ୱ ବ୍ୟାଙ୍କ।
ଭାରତକୁ ୧ ବିଲିଅନ ଟଙ୍କାର ଆର୍ଥିକ ସହଯୋଗ କରିଛି ବିଶ୍ୱ ବ୍ୟାଙ୍କ। ବିଶ୍ୱବ୍ୟାଙ୍କ ଏଥିପାଇଁ ୪ ବର୍ଷିଆ ରୋଡମ୍ୟାପ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଏହି ଚାରି ବର୍ଷରେ କେନ୍ଦ୍ର ସରକାର ଦେଶର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆଣିବେ। ଏହାସହ ମହାମାରୀ ଭଳି ଚ୍ୟାଲେଞ୍ଜର ସାମ୍ନା କରିବା ପାଇଁ ଆବଶ୍ୟକ ସ୍ୱାସ୍ଥ୍ୟାବସ୍ଥାର ବିକାଶ କରିବେ ସରକାର।
କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୩୮ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।