ରାଗ ସୁଝାଇବାକୁ ଯାଇ ବସ୍‌କୁ ଦେଲେ ଚୁମ୍ବନ

ଇସଲାମବାଦ: କରୋନା ଭୂତାଣୁକୁ ଏକ ବିଚିତ୍ର ଘଟଣା ସାମନାକୁ ଆସିଛି। ଜଣେ ଅଫିସର୍‌‌କୁ ଜବରଦସ୍ତି ଚୁମ୍ବନ ଦେଲେ ସେହି ଅଫିସ୍‌ରେ କାମ କରୁଥିବା ଜଣେ ଷ୍ଟାଫ୍। ପ୍ରତିଶୋଧ ପରାୟଣ ହୋଇ ସେ ତାଙ୍କ ଅଫିସ୍‌ର ଅଧକାରୀ‌କୁ ଚୁମ୍ବନ ଦେଇଥିବା ଜଣାପଡ଼ିଛି। ଏଭଳି ଘଟଣା ଘଟିଛି ଇସଲାମବାଦ ସହରରେ। ପାକିସ୍ତାନର ଇସଲାମବାଦ ସହରରେ ମେଟ୍ରୋପୋଲିଟିଆନ୍  କର୍ପୋରେସନ(KMC)ର କାମ କରୁଥିବା ଜଣେ ଷ୍ଟାଫ୍ ଆଉ ଜଣେ ଅଧକାରୀଙ୍କୁ ଚୁମ୍ବନ ଦେଇଥିଲେ। ପରେ ଜଣାପଡ଼ିଥିଲା ଯେ ଚୁମ୍ବନ ଦେଇଥିବା ବ୍ୟକ୍ତି ଜଣକ କରୋନାରେ ଆକ୍ରାନ୍ତ।

ସୂଚନା ଅନୁସାରେ,  ଏହି ଅଭିଯୁକ୍ତ ଜଣକ କରୋନାରେ ଆକ୍ରାନ୍ତ ହୋଇଥିଲେ ବି କେବଳ ଯେ ସମ୍ପୃକ୍ତ ଅଧିକାରୀଙ୍କ ସହିତ ମିଶିନାହାନ୍ତି ବରଂ ଏହା ପୂର୍ବରୁ  ଅନେକ ଲୋକଙ୍କ ସହିତ ସଂସ୍ପର୍ଶରେ ଆସିଛନ୍ତି। ତେବେ କରୋନା ପଜିଟିଭ ଜଣାପଡ଼ିବା ପରେ ଉକ୍ତ ଅଫିସ୍‌ର ସମସ୍ତ କର୍ମଚାରୀ ଭୟଭୀତ ହୋଇଯାଇଛନ୍ତି।

ଜିଓ ନ୍ୟୁଜ୍‌ର ଖବର ଅନୁସାରେ କେଏମ୍‌ସିରେ ଜଣେ ବ୍ୟକ୍ତିଙ୍କୁ ଉପ ନିର୍ଦ୍ଦେଶକ ଭାବେ ନିୟୁକ୍ତି ଦିଆଯାଇଥିଲା। କିନ୍ତୁ ସେ ଅନେକ ମାସ ଧରି ସାଲାରୀ (ବେତନ) ପାଇପାରୁନଥିଲେ ବୋଲି ସେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଅଭିଯୋଗ କଲେ ବି  ଏଚ୍‌ଆଆର୍ ନିର୍ଦ୍ଦେଶକ ଆଦୌ ଶୁଣିନଥିଲେ। ଇତି ମଧ୍ୟରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। କରୋନା ପଜିଟିଭ ଜାଣିବା ପରେ ସେ ସିଧାସଳଖ ଅଫିସକୁ ଚାଲିଆସିଥିଲେ। ଅନେକ କର୍ମଚାରୀଙ୍କ ସହିତ ମିଳାମିଶା କରିବା ପରେ ସେ ଏଚ୍‌ଆଆର୍ ନିର୍ଦ୍ଦେଶକଙ୍କ ନିକଟକୁ ଯାଇଥିଲେ। ଆଉ ସର୍ବସମ୍ମୁଖରେ ଜବରଦସ୍ତି ଚୁମ୍ବନ ଦେଇଥିଲେ।

କିନ୍ତୁ ତାଙ୍କର ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି ଏଚ୍‌ଆଆର୍ ନିର୍ଦ୍ଦେଶକ। ସେ କହିଛନ୍ତି ଯେ ସମ୍ପୃକ୍ତ ଅଧିକାରୀ ଜଣକ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା ଓ ତାହା ପ୍ରମାଣିତ ହେବାରୁ ତାଙ୍କୁ ଗତ ଅକ୍ଟୋବର ୫ରେ ନିଲମ୍ବିତ କରାଯାଇଥିଲା।  ସେ ଆହୁରି କହିଛନ୍ତି ଯେ କରୋନାକୁ ନେଇ ମୁଁ ଆଦୌ ଚିନ୍ତିତ ନାହିଁ। କାରଣ ୪ ମାସ ପୂର୍ବରୁ ମୁଁ ନିଜେ କରୋନାରେ ସଂକ୍ରମିତ ହୋଇଥିଲି। କିନ୍ତୁ ଅଭିଯୁକ୍ତ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ରିପୋର୍ଟ ଅନୁସାରେ ବର୍ତ୍ତମାନ ପାକିସ୍ତାନରେ ୪ଲ‍କ୍ଷ  ୧୩ ହଜାର ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି ଏବଂ ୮୩୦୩ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି।

You might also like