ଲୋକଲଜ୍ଜା ଭୟରେ ଦିଅର-ଭାଉଜଙ୍କ ଆତ୍ମହତ୍ୟା ଅଭିଯୋଗ

କଟକ: ଲୋକଲଜ୍ଜା ଭୟରେ ବେକରେ ରଶି ଦେଇ ଦିଅର ଓ ଭାଉଜ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ଖଣ୍ଡଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ଗତକାଲି ବିଳମ୍ବିତ ରାତିରେ ସଂପର୍କୀୟ ଦିଅର ଉକ୍ତ ମହିଳାଙ୍କ ଘରକୁ ଯାଇଥିଲେ। ଉଭୟଙ୍କୁ ଏକାଠି ଘର ଭିତରେ ଦେଖି ପରକୀୟା ପ୍ରୀତି ସନ୍ଦେହରେ ଘର ଲୋକେ ବାହାରପଟୁ କବାଟ ଦେଇ ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଘରର କବାଟ ଫିଟାଇଥିଲା ଓ ସେମାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

You might also like