ମା’ଙ୍କ ଶେଷଇଛା ପୂରଣ କଲେ ଝିଅ; ଜଗନ୍ନାଥଙ୍କୁ ଦାନ କଲେ ତିନି ମହଲା କୋଠା

ନବରଙ୍ଗପୁର: କେଉଁଠି ସମ୍ପତ୍ତି ପାଇଁ ପର ହୋଇଯାଉଛି ଆପଣାର ମଣିଷ। ଅଚିହ୍ନା ପାଲଟି ଯାଉଛି ରକ୍ତର ସମ୍ପର୍କ।  ମାରପିଟ… ହଣାକଟା।  ହେଲେ ନବରଙ୍ଗପୁରରେ ଦେଖିବାକୁ ମିଳିଛି କିଛି ନିଆରା ଦୃଶ୍ୟ। ଏଠି ସମ୍ପର୍କ ସନ୍ତାନ, ପରିବାର ସହ ନୁହେଁ, ସମ୍ପର୍କ ଏଠି ଗଢି ଉଠିଛି ମହାପ୍ରଭୁ ଜଗନ୍ନାଥଙ୍କ ସହ। ଜଗନ୍ନାଥଙ୍କୁ ନିଜର ପୁଅ ବୋଲି ଭାବୁଥିଲେ। ଆଉ ନିଜର ତିନି ମହଲା କୋଠା ସେଇ ପୁଅ ହିଁ ନେଉ ବୋଲି ସେ ଚାହୁଁଥିଲେ।  ଆଉ ତାଙ୍କ ଦେହାନ୍ତ ପରେ ତିନି ଝିଅ  ଏଠି ମା’ଙ୍କ ଶେଷ ଇଚ୍ଛା ପୂରଣ ପାଇଁ କୋଟିଏ ଟଙ୍କାର ଏହି କୋଠା ଜଗନ୍ନାଥକୁ ଦାନ କରି ଦେଇଛନ୍ତି।

ନବରଙ୍ଗପୁର ସହର ଭଗବତୀ ସାହିରେ ରୁହନ୍ତି  ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ଭବାନୀ ସାହୁ । ଭବାନୀଙ୍କର ତିନି ଝିଅ।  ପତ୍ନୀ ବୈଜନ୍ତିମାଳା ତିନି ଝିଅଙ୍କୁ  ବାହା ଦେଇ ସାରିଛନ୍ତି।  କିଛିଦିନ ତଳେ କର୍କଟ ରୋଗରେ ପୀଡିତ ହୋଇଥିଲେ ବୈଜୟନ୍ତି । ନିଜର ପୁଅ ନ ଥିବାରୁ ସେ ଜଗନ୍ନାଥ ପ୍ରଭୁଙ୍କୁ ପୁଅ ବୋଲି ଭାବୁଥିଲେ l

କର୍କଟରୋଗରେ ଆକ୍ରାନ୍ତ ହେବା ପରେ  ନବରଙ୍ଗପୁର ସହର ମଧ୍ୟରେ ଥିବା ଭଗବତୀ ସାହି ସ୍ଥିତ ୨୫ ବଖରା ବିଶିଷ୍ଟ ୩ ମହଲା କୋଠାଘରକୁ ନବରଙ୍ଗପୁର ଜଗନ୍ନାଥ ମନ୍ଦିରକୁ ଦାନ କରିବାକୁ ମନସ୍ଥ କରି ପରିବାର ଲୋକଙ୍କୁ ଜଣାଇଥିଲେ l ମୃତ୍ୟୁ ମୁଖରେ ଥିବା ସହ ତାଙ୍କର ଶେଷଇଛାକୁ ତିନିଝିଅ  ପୁଷ୍ପାଞ୍ଜଳି, ଗୀତାଞ୍ଜଳି, ଶ୍ରଦ୍ଧାଞ୍ଜଳି ଓ ସ୍ୱାମୀ ଭବାନୀ ହୃଦୟର ସହ ସ୍ୱାଗତ କରିଥିଲେ।

ନବରଙ୍ଗପୁର ସ୍ଥିତ ଜଗନ୍ନାଥମନ୍ଦିର କମିଟିକୁ ଯୋଗାଯୋଗ କରିଥିଲେ l ଗତମାସ (ନଭେମ୍ବର ) ୨୭ ତାରିଖରେମାଜିଷ୍ଟ୍ରେଟ, ଜଗନ୍ନାଥ ମନ୍ଦିର କମିଟି ଓ ପରିବାରର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେଏହି ମୂଲ୍ୟବାନ କୋଠାକୁ ଦାନ କରିଥିଲେ l ଏହି କୋଠାର   ଆନୁମାନିକ ମୂଲ୍ୟ ବର୍ତ୍ତମାନ ସମୟରେ ଏକ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ  l

ଏହାସହ ଏକ ମଙ୍ଗଳସୂତ୍ର, ରୂପାର ଫରୁଆ, ରୂପାର ବ୍ରତ ପେଡ଼ି, ପାରମଥାମଣି, ନବରଙ୍ଗପୁର ନିଳକଣ୍ଠେଶ୍ୱର ମନ୍ଦିର ଭିତରେ ଥିବା ପାର୍ବତୀ ମନ୍ଦିରକୁ ଦାନ କରିଛନ୍ତି। ମା’ ବୈଜୟନ୍ତିଙ୍କ   ମୃତ୍ୟୁର କିଛି ସମୟ ପୂର୍ବରୁ ସେ ଚାହିଁଥିବା ଏହି ଶେଷ ଇଚ୍ଛାକୁ ନେଇ ଗର୍ବ କରିଛନ୍ତି ପରିବାର।

ସୂଚନାଥାଉ କି, ୨୫ ବଖରା ବିଶିଷ୍ଠ କୋଠାଘରେ ୯ଟି ପରିବାର ଭଡାସୂତ୍ରରେ ରହିପାରିବେ l  ଏହାକୁ ଭଡା ଦେଇ ଯାହା ଅର୍ଥ ଆସିବ ସେଥିରେପ୍ରଭୁଜଗନ୍ନାଥଙ୍କ ପ୍ରତିଦିନର ନୀତିକାନ୍ତିରେ ଖର୍ଚ୍ଚ କରାଯିବ ବୋଲି କହିଛନ୍ତି ରାଜ ପୁରୋହିତ। ଅନ୍ୟପଟେ ବୈଜୟନ୍ତିମାଳାଙ୍କ ଏହି ନିଷ୍ପତ୍ତିକୁ ନବରଙ୍ଗପୁରବାସୀ ସ୍ୱାଗତ ଜଣାଇଛନ୍ତି l

You might also like