କୂଅ ଭିତରୁ ମିଳିଲା ନିଖୋଜ ମା’ ଓ ପୁଅଙ୍କ ମୃତଦେହ

ଖୋର୍ଦ୍ଧା: କୂଅ ଭିତରୁ ଉଦ୍ଧାର ହେଲା ମା’ପୁଅଙ୍କ ମୃତଦେହ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଡ଼ିପଡ଼ା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ଗୋଡିପଡା ଗାଁର ମନୋଜ ଶ୍ରୀଚନ୍ଦନଙ୍କ ସ୍ତ୍ରୀ ବର୍ଷା ଶ୍ରୀଚନ୍ଦନ ଓ ତାଙ୍କ ୬ ବର୍ଷର ଶିଶୁପୁତ୍ର ନିଖୋଜ ଥିଲେ।

ତେବେ ଗତକାଲି ସନ୍ଧ୍ୟାରେ ଏକ କୂଅ ଭିତରେ ଶିଶୁର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଖବର ପାଇ ଜଙ୍କିଆ ଥାନା ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ମା’ ପୁଅଙ୍କ ମୃତଦେହ ପାଣି ଭିତରୁ ଉଦ୍ଧାର କରିଥିଲେ।

ତେବେ କିପରି ଓ କେଉଁ ପରିସ୍ଥିତିରେ ଉଭୟଙ୍କର ମୃତ୍ୟୁ ହେଲା, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ପୋଲିସ୍‌ କହିଛି।

You might also like