“ଲକ୍‌ଡାଉନ୍‌ ଲାଗୁ ହୋଇନଥିଲେ ଦେଶରେ ୨ ଲକ୍ଷରୁ ଅଧିକ ପହଞ୍ଚି ଯାଇଥା’ନ୍ତା କରୋନା ଆକ୍ରାନ୍ତଙ୍କ ସଂଖ୍ୟା”

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ଲାଗୁ ହୋଇନଥିଲେ ଦେଶରେ ଏବେ ୨ ଲକ୍ଷରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥାନ୍ତେ। ସତର୍କତାମୂଳକ ପଦକ୍ଷେପ ଓ କଣ୍ଟେନମେଣ୍ଟ ଭଳି ପଦକ୍ଷେପ ଗ୍ରହଣ କରିବା ଦ୍ୱାରା କରୋନା ସଂକ୍ରମଣ ବ୍ୟାପିବାକୁ ରୋକା ଯାଇପାରିଛି।ଜି ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ।

ଦେଶରେ ଏବେ ପରିସ୍ଥିତି ବିିଗିଡ଼ି ନାହିଁ। ଲକ୍‌ଡାଉନ୍‌ ଯୋଗୁ ଏହା ବିଶେଷ ଭାବେ ସଫଳ ହୋଇଛି। ଲକ୍‌ଡାଉନ୍‌ ପୂର୍ବରୁ କରୋନା ବ୍ୟାପିବାର ହାର୍ ୨୮.୯% । ଯଦି, ଏହି ଭାବେ ସଂକ୍ରମଣ ବ୍ୟାପିଥାନ୍ତା ତେବେ କରୋନାରେ ୪୫ ହଜାର ଆକ୍ରାନ୍ତ ହୋଇଥାନ୍ତେ ବୋଲି ସେ କହିଛନ୍ତି।

ସେହିଭଳି କଣ୍ଟେନମେଣ୍ଟ ଭଳି ଅନ୍ୟ ସତର୍କତାମୂଳକ ପଦକ୍ଷେପ ନ ନେଇଥିଲେ ଏବେ ଏହି ସଂଖ୍ୟା ହୁଏତ ୨ ଲକ୍ଷକୁ ପାର କରିଥାନ୍ତା ବୋଲି ଲବ୍ ଅଗ୍ରଓ୍ୱାଲ କହିଛନ୍ତି।

ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୪୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ଯୁ ହୋଇଛି। ନୂଆ ହଜାରେ ୩୫ଟି ମାମଲା ଚିହ୍ନଟ ହୋଇଛି

ବର୍ତ୍ତମାନ ଦେଶରେ କୋଭିଡ ଚିକିତ୍ସା ପାଇଁ ସ୍ବତନ୍ତ୍ର ଭାବେ ୫୮୬ଟି ହସ୍ପିଟାଲ୍ କାର୍ଯ୍ୟ କରୁଛି। ଏହାସହ ଏକ ଲକ୍ଷ ଆଇସୋଲେସନ୍ ବେଡ୍ ରହିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ।

You might also like