ବିନା ଏୟାରବ୍ୟାଗରେ ରାସ୍ତାରେ ଗଡିବ ନାହିଁ ଗାଡି, ଜାଣନ୍ତୁ କେବେଠାରୁ ଲାଗୁ ହେବ ଏହି ନିୟମ

ବିନା ଏୟାରବ୍ୟାଗରେ ଚାଲିପାରିବ ନାହିଁ ଗାଡି

ନୂଆଦିଲ୍ଲୀ: ବିନା ଏୟାରବ୍ୟାଗରେ ଚାଲିପାରିବ ନାହିଁ ଗାଡି। ଏଣିକି କାରରେ ଏୟାରବ୍ୟାଗକୁ ବାଧ୍ୟତାମୂଳକ କରିବେ କେନ୍ଦ୍ର ସରକାର। ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କାରରେ ଏୟାରବ୍ୟାଗ ଲଗାଇବା ବାଧ୍ୟତାମୂଳକ କରାଯିବ ବୋଲି ନିଷ୍ପତ୍ତି ନେଇଛି। ତେବେ ଗାଡିରେ ଥିବା ଆଗ ୨ଟି ସିଟରେ ଏହି ଏୟାରବ୍ୟାଗ୍ ଲଗାଯିବା ନେଇ ନିଷ୍ପତ୍ତି ହୋଇଛି।  ଏଥିପାଇଁ ଯାନବାହନରେ ସୁରକ୍ଷା ବୈଶିଷ୍ଟ୍ୟ ସହିତ କାରବାର କରୁଥିବା ଅଟୋମୋବାଇଲ୍‌ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ (ଏଆଇଏସ୍‌)କୁ ସଂଶୋଧନ କରିବା ପାଇଁ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ଚିଠା (ଡ୍ରାଫ୍ଟ) ବିଜ୍ଞପ୍ତିରେ ପ୍ରସ୍ତାବ ଦିଆଯାଇଛି।

ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଅନୁସାରେ, ଦେଶର ସମସ୍ତ ପ୍ରକାର କାରରେ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଏହାସହ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଦେଶରେ ଲାଗୁ ହେବାକୁ ଯାଉଥିବା ନୂଆ ନିୟମ ଅନୁସାରେ, ବର୍ତ୍ତମାନ ସମୟରେ ରାସ୍ତାରେ ଚାଲୁଥିବା ଗାଡି ଗୁଡିକ ୧ ଜୁନ ୨୦୨୧ ସୁଦ୍ଧା ଏବଂ ନୂଆ ମଡେଲ କାର ଗୁଡିକ ୧ ଏପ୍ରିଲ ୨୦୨୧ ସୁଦ୍ଧା କାରରେ ଏୟାରବ୍ୟାଗ ଲଗାଇବେ।

କେନ୍ଦ୍ରର ଏହି ନିଷ୍ପତ୍ତି ଅନୁଯାୟୀ, ସମସ୍ତ କାରରେ ଯାତ୍ରୀ ସିଟ୍‌ ପାଇଁ ଏୟାରବ୍ୟାଗ ବାଧ୍ୟତାମୂଳକ କରାଯିବାର ଆବଶ୍ୟକତା ରହିଛି। ସରକାରଙ୍କ ପକ୍ଷରୁ ପ୍ରକାଶିତ ହୋଇଥିବା ବିଜ୍ଞପ୍ତିରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ,  ‘ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡ ଆକ୍ଟ ଅଧୀନରେ ସଂପୃକ୍ତ ବ୍ୟୁରୋ ଅଫ୍‌ ଇଣ୍ଡିଆ ଷ୍ଟାଣ୍ଡାର୍ଡସ୍‌ (ବିଏସ୍‌) ନିର୍ଦ୍ଦିିଷ୍ଟ ସମୟ ମଧ୍ୟରେ ସଂଶୋଧିତ ହେବା ପର୍ଯ୍ୟନ୍ତ ଏଭଳି ଏୟାରବ୍ୟାଗ ଆବଶ୍ୟକ ହେବ।

ଯାତ୍ରୀଙ୍କୁ ସୁରକ୍ଷା ଦେବା ଓ ଯାନଗୁଡିକରେ ସର୍ବାଧିକ ସୁରକ୍ଷା ବୈଶିଷ୍ଟ୍ୟ ରହିବା ଉଚିତ ଏବଂ ଏ କ୍ଷେତ୍ରରେ କୌଣସି ପ୍ରକାରର ବୁଝାମଣା କରାଯିବ ନାହିଁ ବୋଲି ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି। କେବଳ ଏତିକି ନୁହେଁ ବରଂ କାରଗୁଡିକରେ ସ୍ପିଡ୍ ଆଲର୍ଟ,ସିଟ୍ ବେଲ୍ଟ ରିମାଣ୍ଡର ଏବଂ ରିଭର୍ସ ପାର୍କିଂ ସେନସର ଏବେ ଅନେକ କାରରେ ଲାଗିଛି। କିନ୍ତୁ ଯାହାକି ସବୁଠାରୁ ଅଧିକ ଦରକାର ଅର୍ଥାତ୍ ଏୟାରବ୍ୟାଗ ନିୟମ ଲାଗୁ କରାଯାଇନାହିଁ। ତେଣୁ କାରରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସୁରକ୍ଷାକୁ ସର୍ବପ୍ରଥମେ ଗୁରୁତ୍ୱ ଦିଆଯାଉଛି। ତେଣୁ ଏପରି ନିୟମ କରାଯାଉଛି। ତେବେ ଏହି କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ କାରଗୁଡିକର ମୂଲ୍ୟ  ବଢିବ ବୋଲି ଜୋରସୋରରେ ଚର୍ଚ୍ଚା ଧରିଛି।

ତେବେ ମୋଟ୍  ଉପରେ କହିବାକୁ ଗଲେ ଏଣିକି ବିନା ଏୟାରବ୍ୟାଗରେ କାର ଚଳାଇଲେ ଆପଣଙ୍କୁ ଦେବାକୁ ପଡିପାରେ ଜୋରିମାନା କିନ୍ତୁ କେତେ ଜୋରିମାନା ଆଦାୟ କରାଯିବ ସେନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ।

ସେପଟେ ଜାନୁଆରୀ ପହିଲାରୁ ଟୋଲ୍ ଗେଟରେ ବାଧ୍ୟତାମୂଳକ ହେବ ଫାସଟ୍ୟାଗ୍। ଗାଡ଼ି ଟୋଲ୍ ଗେଟ୍ ଦେଇ ନେବାକୁ ହେଲେ ଫାସଟ୍ୟାଗ୍ ଲଗାଇବା ଜରୁରୀ। ଏନେଇ ଗତକାଲି ସୂଚନା ଦେଇଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କାରୀ।  ଦେଶର ସମସ୍ତ ଟୋଲଗେଟରେ ଫାସଟ୍ୟାଗ୍ ବ୍ୟବସ୍ଥା କରାଯିବା ସହ ଗାଡ଼ି ଚାଳକ ଏଥିପ୍ରତି ସଚେତନ ହୋଇ ଫାସଟ୍ୟାଗ୍ ବ୍ୟବହାର କରିବାକୁ ସେ ଆହ୍ୱାନ ଦେଇଛନ୍ତି।

ଜାନୁଆରୀ ପହିଲାରୁ ଟୋଲ୍ ଗେଟରେ ବାଧ୍ୟତାମୂଳକ ହେବ ଫାସଟ୍ୟାଗ୍। ଗାଡ଼ି ଟୋଲ୍ ଗେଟ୍ ଦେଇ ନେବାକୁ ହେଲେ ଫାସଟ୍ୟାଗ୍ ଲଗାଇବା ଜରୁରୀ। ଏନେଇ ଗତକାଲି ସୂଚନା ଦେଇଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କାରୀ।  ଦେଶର ସମସ୍ତ ଟୋଲଗେଟରେ ଫାସଟ୍ୟାଗ୍ ବ୍ୟବସ୍ଥା କରାଯିବା ସହ ଗାଡ଼ି ଚାଳକ ଏଥିପ୍ରତି ସଚେତନ ହୋଇ ଫାସଟ୍ୟାଗ୍ ବ୍ୟବହାର କରିବାକୁ ସେ ଆହ୍ୱାନ ଦେଇଛନ୍ତି।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି କି ଭାରତର ସମସ୍ତ ରାଜପଥକୁ ଟୋଲ ବୁଥ୍ରୁ ମୁକ୍ତ କରାଯିବ । କେବଳ ଏତିକି ନୁହେଁ ବରଂ ଗାଡିର ଗତିବିଧି ଉପରେ ନଜର ରଖି ଗାଡି ମାଲିକଙ୍କ ଆକାଉଣ୍ଟରୁ କିଭଳି ସିଧାସଳଖ ଟୋଲ ଦେୟ ଆଦାୟ କରାଯାଇପାରିବ ସେ ଉପରେ ବି ଧ୍ୟାନ ଦିଆଯାଉଥିବା ନେଇ ସୂଚନା ରହିଛି।

ତେବେ ୨୦୨୧ ନୂଆବର୍ଷଠାରୁ ଏହି ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର।

You might also like