• translate
Minati Mishra

ଭୁବନେଶ୍ୱର: ଯୁକ୍ତ ୨ ମୂଲ୍ୟାୟନ ପ୍ରକ୍ରିୟା ନେଇ ଗଠନ କରାଯିବ ବିଶେଷଜ୍ଞ କମିଟି। କିପରି ପିଲାଙ୍କ ପରୀକ୍ଷା ଫଳାଫଳର ମୂଲ୍ୟାୟନ କରାଯିବ ସେ ନେଇ ତର୍ଜମା କରିବ ଏହି କମିଟି। କମିଟି ମତ ରଖିବା ପରେ ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ ବାହାର କରାଯିବ। ଏହା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

ଯୁକ୍ତ ୨ ମୂଲ୍ୟାୟନ ପ୍ରକ୍ରିୟା ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ମିଡିଆକୁ ଆଜି କହିଛନ୍ତି,ଏ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ୧୫ ଦିନ ଭିତରେ ବିଶେଷଜ୍ଞ କମିଟି ଗଠନ କରାଯିବ। କିପରି ଭାବେ ମାର୍କ ଦିଆଯିବ  ବିଶେଷଜ୍ଞ କମିଟି ଏହାର ତର୍ଜମା କରିବେ । ବିଶେଷଜ୍ଞ କମିଟି ମତ ରଖିବା ପରେ ରେଜଲ୍ଟ ବାହାର କରିବାକୁ ଉଦ୍ୟମ କରାଯିବ ।

ମନ୍ତ୍ରୀ କହିଛନ୍ତି,  ବିଶେଷଜ୍ଞ କମିଟି ଯେଉଁ ନୀତି ନିର୍ଦ୍ଧାରଣ କରିବେ ସେହି ଅନୁଯାୟୀ ମୂଲ୍ୟାୟନ ହେବ। ସୁପ୍ରିମକୋର୍ଟ  CBSE ଓ CISCEକୁ କିପରି ମୂଲ୍ୟାୟନ କରିବ ୧୫ ଦିନ ଭିତରେ ଜଣାଇବା ପାଇଁ କହିଛନ୍ତି। ଆମ ବିଶେଷଜ୍ଞ କମିଟି ମଧ୍ୟ ଏହାକୁ ଅନୁଧ୍ୟାନ କରିବେ।  ଯଦିଓ ଫଳାଫଳ କେବେ ବାହାରିବ ତାହା ସ୍ପଷ୍ଟ କରି ନ ଥିଲେ ମନ୍ତ୍ରୀ, ତେବେ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଯେତେ ଶୀଘ୍ର ହେବ ରେଜଲ୍ଟ ବାହାର କରିବା ପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି।

ରାଜ୍ୟରେ କରୋନା ସ୍ଥିତି ଯେପରି ରହିଛି  ପରୀକ୍ଷା କରିବା ସମ୍ଭବ ନୁହେଁ । କରୋନା ସ୍ଥିତିକୁ ଆଖି ଆଗରେ ରଖି ରାଜ୍ୟ ସରକାର ଯୁକ୍ତ ୨ ପରୀକ୍ଷା ବାତିଲ କରିଛନ୍ତି । ପରୀକ୍ଷା ବାତିଲ ନେଇ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ।  ଆଗରୁ CBSE ଓ  CISCE ମଧ୍ୟ ଦ୍ୱାଦଶ ଶ୍ରେଣୀ ପରିକ୍ଷା ବାତିଲ କରିଥିଲା ।

ତେବେ ପରୀକ୍ଷା ବାତିଲ ହେଲେ ମଧ୍ୟ ମୂଲ୍ୟାୟନରେ ସନ୍ତୁଷ୍ଟ ନଥିବା ପିଲା ଚାହିଁଲେ ପରୀକ୍ଷା ଦେଇପାରିବେ ବୋଲି କାଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ । ପରିସ୍ଥିତି ସ୍ୱାଭାବିକ ହେଲେ ଅସନ୍ତୁଷ୍ଟ ପିଲା ପରୀକ୍ଷା ଦେଇପାରିବେ। ପରିସ୍ଥିତି ସମୀକ୍ଷା କରି ପରୀକ୍ଷା କେବେ କରାଯିବ CHSE ନିର୍ଣ୍ଣୟ କରିବ।

Other Stories

  • Former MLA Prafulla Majhi
    Prafulla Majhi କଂଗ୍ରେସରୁ ବିଦା ହେଲେ ପ୍ରଫୁଲ୍ଲ ମାଝୀ

    ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ କଂଗ୍ରେସ ଛାଡ଼ି ପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା।...

  • BJD-BJP Faceoff Over Paika Rebellion
    Paika Rebellion ପାଇକ ବିଦ୍ରୋହକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

    ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ କେନ୍ଦ୍ର ସରକାର ମନା କରିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି।

  • Odisha Assembly |  Tara Bahinipati Appeals CM To Call All Party Meet, Revoke Dibya Shankar Mishra
    Odisha Assembly ‘ବିଧାନସଭାକୁ ବନ୍ଦ କଲା ବିଜେଡି’

    ଆଜି ବି ଚାଲିପାରିଲାନି ବିଧାନସଭା.. ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ବିରୋଧୀ ହଟ୍ଟଗୋଳ କରିଥିବା ବେଳେ ବିଜେଡି ମୁଖା ପିନ୍ଧି ପ୍ରତିବାଦ କରିଥିଲା..ପରେ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଥିଲେ.. ଏହାକୁ ନିନ୍ଦା କରିଛନ୍ତି କଂଗ୍ରେସ ବିଧାୟକ...

  • Pandemonium Continues In Odisha Assembly, Adjourned Till 4 PM
    Pandemonium Continues ମୁଖା ପିନ୍ଧି ପ୍ରତିବାଦ କଲା ବିଜେଡି

    ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଧାନସଭାରେ ବିରୋଧୀ ହଟ୍ଟଗୋଳ କରିଥିବା ବେଳେ ଶାସକ ଗୋଷ୍ଠୀ ବିଜେଡି ଗାନ୍ଧି ମୂର୍ତ୍ତି ତଳେ ଜୟୀ ରାଜଗୁକୁଙ୍କ ମୁଖା ପିନ୍ଧି କେନ୍ଦ୍ର ସରକାର ବିରୋଧରେ...