ହସ୍ପିଟାଲ ବାହାରେ ଅନ୍ଧବିଶ୍ୱାସର ଦୃଶ୍ୟ: କାଳେ ବଂଚିଯିବ ଭାବି ମୃତଦେହକୁ ଝଡ଼ାଫୁଙ୍କା

ଅନୁଗୁଳ: ଗୁଣିଗାରେଡ଼ି କରି ମୃତ ଲୋକକୁ ବଞ୍ଚାଇବାକୁ ଉଦ୍ୟମ। ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଏପରି ଉଦ୍ୟମ ହୋଇଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଗେଡ଼ିଆ ଗାଁରେ।

ଗତ ଶୁକ୍ରବାର ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଗେଡ଼ିଆ ଗାଁର ରିଙ୍କି ବାରିକ ଶୌଚ ହେବାକୁ ବାହାରକୁ ଯାଇଥିଲେ। ଏହି ସମୟରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତେବେ ପରିବାର ଲୋକଙ୍କ ମନ ବୁଝି ନଥିଲା। ସେମାନେ ଜଣେ ଗୁଣିଆକୁ ଡାକି ଝଡ଼ାଫୁଙ୍କା ଦ୍ୱାରା ରିଙ୍କିଙ୍କ ଜୀବନ ବଞ୍ଚିବାକୁ ଉଦ୍ୟମ କରିଥିଲେ। ଏହି ଝଡ଼ାଫୁଙ୍କା ଦେଖିବାକୁ ଡାକ୍ତରଖାନା ପରିସରରେ ଲୋକଙ୍କ ଭିଡ଼ ଜମିଥିଲା।

ମହିଳାଙ୍କ ମୃତଦେହକୁ ଜବତ କରି ମାମଲା ରୁଜୁ କରିଛି ପୁଲିସ।

You might also like