ଜୋ ବାଇଡେନ୍ କିଏ ? ୭୭ବର୍ଷର ଜୀବନ କାହାଣୀରେ ଲୁଚି ରହିଛି ଅଦୃଶ୍ୟ ରହସ୍ୟ

ଭୁବନେଶ୍ୱର: ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାର ବସ୍ ବନିବାକୁ ଯାଉଥିବା ଜୋ ବାଇଡେନ୍ କିଏ ? ମାର୍କିନ୍ ରାଷ୍ଟ୍ରପତି ଚୌକି ଦଖଲର ବିରାଟ ସଫଳତାର ପହଞ୍ଚିଥିିବା ବାଇ଼ଡେନ୍‌ଙ୍କ ୭୭ବର୍ଷର ଜୀବନ କାହାଣୀ ଭିତରେ ଲୁଚି ରହିଛି କି କି ଅଦୃଶ୍ୟ ରହସ୍ୟ। କଣ ତାଙ୍କ ଜୀବନର ଅଜଣା ଘଟଣାବଳୀ ଜାଣିବାକୁ ଯେତିକି ତାତ୍ପର୍ଯ୍ୟପୂର୍ଣ୍ଣ ସେତିକି ଉତ୍କଣ୍ଠାପୂର୍ଣ୍ଣ।

ଇଏ ସେହି ବାଇଡେନ୍-ଯିଏ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କର ଏକଦା ଥିଲେ ରାଇଟ୍ ହ୍ୟାଣ୍ଡ। ତେବେ ୧୯୭୨ ମସିହା, ବାଇଡେନଙ୍କ ପାଇଁ ଥିଲା ଅତ୍ୟନ୍ତ ଯନ୍ତ୍ରଣାର ବର୍ଷ କାରଣ ସେବର୍ଷ ଏକ ମର୍ମନ୍ତୁଦ କାର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ପତ୍ନୀ ଓ ଝିଅ ହସପିଟାଲ।

ବେଡରେ ଗୁରୁତର ପୁଅ ପାଖରେ ଥିବାବେଳେ ସେଇଠୁ ସିନେଟର ଭାବେ ନେଇଥିଲେ ଶପଥ। ଆଉ ମାତ୍ର ୨୯ ବର୍ଷ ବୟସରେ ହୋଇଥିଲେ ଆମେରିକାର ପଞ୍ଚମ ସର୍ବକନିଷ୍ଠ ସିନେଟର ଦୁଇ ଦୁଇ ଥର ଉପରାଷ୍ଟ୍ରପତି ହୋଇଥିଲେ।

୧୯୮୮ ଓ ୨୦୧୬ ଅଳ୍ପକେ ରାଷ୍ଟ୍ରପତି ଦୌଡରୁ ପଛରେ ରହି ଯାଇଥିଲେ ବାଇଡେନ୍। ତେବେ ୨୦୨୦ ଥିଲା ତାଙ୍କ ପାଇଁ ସବୁଠୁ ଉତ୍କର୍ଷର ବର୍ଷ। ଆମେରିକା ରାଷ୍ଟ୍ରପତି ରେସରେ ସବୁଠୁ ଆଗରେ ରହି, ଏବେ ପହଞ୍ଚିଛନ୍ତି ସଫଳତାର ଏକଦମ୍ ଦ୍ୱାର ଦେଶରେ।

୧୯୪୨ ମସିହାରେ ଜନ୍ମିତ ମିଷ୍ଟର ପରଫେକ୍ଟ ଭାବେ ପରିଚିତ ବାଇଡେନ୍ ଜୀବନ ଜିଇଁବାର କଳା ଶିଖିଥିଲେ ତାଙ୍କ ବାପାଙ୍କଠାରୁ। ଆଉ ବଡ଼ ଭାଇ ଜୋଶେଫଙ୍କ ଠାରୁ ବି ଶିଖିଛନ୍ତି ସଫଳତାର ମନ୍ତ୍ର। ବିଫଳ ପରେ ସଫଳ ହୋଇ ଠିଆ ହେବାର ଟ୍ରିକ୍। ନିଜେ ବି ଦୁଇ ଦୁଇ ଥର ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଛନ୍ତି ବାଇଡେନ୍।

ତେବେ ୨୦୧୫ରେ ବଡ଼ ପୁଅର ବ୍ରେନ କ୍ୟାନସରରେ ମୃତ୍ୟୁ ପରେ ସେ ସାମାନ୍ୟ ଭାଙ୍ଗି ପଡ଼ିଥିଲେ। ହେଲେ ସ୍ୱପ୍ନକୁ ବାସ୍ତବ ରୂପ ଦେବାର ରାସ୍ତାକୁ କିନ୍ତୁ ସେମିତି ଜାବୁଡ଼ି ଧରିଥିଲେ। ଆଉ ଶେଷରେ ବିତିଯାଇଥିବା ସମସ୍ତ ଘଟଣା, ଦୁର୍ଘଟଣା ସହ ଦୁର୍ଭାଗ୍ୟ ଯେମିତି ତାଙ୍କ ସାହସ ଓ ଧୈର୍ଯ୍ୟ ଆଗରେ ହାମୁଡି ପଡି ହାର ମାନିବାକୁ ବାଧ୍ୟ ହୋଇଥିଲା।

 

You might also like