କେବେ ସରିବ ଚାଷୀଙ୍କ ଆନ୍ଦୋଳନ ?

ନୂଆଦିଲ୍ଲୀ : ଚାଷୀଙ୍କ ଆନ୍ଦେ।ଳନର ବହାରିବ କି ସମାଧାର ବାଟ?  ସୂଚନା ଅନୁସାରେ ମୋଦି ସରକାର ଚାଷୀଙ୍କୁ ସନ୍ତୁଷ୍ଟ କରିବାକୁ କିଛି ପ୍ରସ୍ତାବ ଦେଇଛନ୍ତି । ଅଲ ଇଣ୍ଡିଆ କିଷାନ  ସଙ୍ଗଠନର ନେତା ରାଜା ରାମ ସିଂହଙ୍କ କହିବା ଅନୁଯାୟୀ ସରକାରଙ୍କ କିଛି ପ୍ରସ୍ତାବ ମିଳିଛି ।  ଏଥିରେ ସରକାର MSP ବ୍ୟବସ୍ଥା ଜାରି ରଖିବା, APMCକୁ ସୁଦୃଢ଼ କରିବା ଏବଂ ମଣ୍ଡି ବ୍ୟବସ୍ଥାରେ ସୁଧାର ଆଣିବା ନେଇ ପ୍ରସ୍ତାବ ରହିଥିବା ସୂଚନା ମିଳିଛି ।

ଏଥିସହ ଅନ୍ୟ ବାଣିଜ୍ୟ କ୍ଷେତ୍ର ସହିତ ସମାନ ପ୍ରକାରର ସୁବିଧା ସୁଯୋଗ , ବିବାଦ ହେଲେ ସ୍ଥାନୀୟ କୋର୍ଟକୁ ଯିବା ବ୍ୟବସ୍ଥା ଏବଂ ନଡ଼ା ପୋଡ଼ିବା ନିୟମରେ କୋହଳ କରାଯିବା ନେଇ ପ୍ରସ୍ତାବ ରହିଛି । ତେବେ ଚାଷୀ ସଂଗଠନ ଏଭଳି ପ୍ରସ୍ତାବକୁ ଖଣ୍ଡନ କରିଛନ୍ତି । କେନ୍ଦ୍ର ସରକାର ଜାରି କରିଥିବା ୩ଟି ନୂଆ ଆଇନକୁ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ଅଡି ବସିଛନ୍ତି ଚାଷୀ  ।

ସେମାନେ କହିଛନ୍ତି, ଯଦି ସରକାର ଆଇନକୁ ପ୍ରତ୍ୟାହାର କରିବାକୁ ରାଜି ହୁଅନ୍ତି, ତେବେ ସେମାନେ ଚାଲଥିବା ଆନ୍ଦୋଳନ ସଂପର୍କରେ ବିଚାର କରିବେ । ଆଉ ଯଦି କେବଳ କିଛି ସଂଶୋଧନ କରାଯାଏ, ତା ହେଲେ ଆଲୋଚନା କରିବା ବୃଥା  । ଏହାରି ଭିତରେ ଆଜି ସରକାରଙ୍କ ସହିତ ହେବାକୁ ଥିବା ଆଲୋଚନା ବାତିଲ କରାଯାଇଛି । ଯଦି କିଛି ସକରାତ୍ମକ ଖବର ଆସେ, ତେବେ ଆସନ୍ତାକାଲି ବୈଠକ ହେବ ।

You might also like