WhatsApp ଆଣିପାରେ ଏହି ବଡ଼ ଅପଡେଟ

ନୂଆଦିଲ୍ଲୀ: ଲକ୍‌ଡାଉନ୍ ପରେ zoom ଓ Google Duo ଭଳି ଭିଡ଼ିଓ କଲିଂ ଆପ ବହୁଳ ମାତ୍ରାରେ ବ୍ୟବହାର ହେଉଛି। ଏହି ଆପ୍‌ ଦ୍ୱାରା ଗୋଟିଏ ସମୟରେ ଏକାଧିକ ଲୋକେ ଭିଡିଓ କଲିଂ ମାଧ୍ୟମରେ କଥାବାର୍ତ୍ତା ହୋଇପାରିବେ।

ତେବେ ହ୍ୱାଟ୍ସଆପ (WhatsApp) ମଧ୍ୟ ଏହାର ଭିଡ଼ିଓ କଲିଂରେ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛି। WhatsApp ଏହାର Group ଭିଡ଼ିଓ କଲିଂରେ ଯେମିତି ଅଧିକରୁ ଅଧିକ ଲୋକ ଆଡ ହୋଇପାରିବେ ତା’ଉପରେ କାର୍ଯ୍ୟ କରୁଛି।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ବର୍ତ୍ତମାନ WhatsAppରେ ଏକା ସାଙ୍ଗରେ ୪ ଜଣ ଭିଡ଼ିଓ କଲିଂ କରିବାର ସୁବିଧା ରହିଛି। ତେବେ WhatsAppର ନୂଆ Group କଲିଂରେ କେତେଜଣ ଯୋଗ ଦେଇପାରିବେ ତାହା ଜଣାପଡିନାହିଁ। ଏପରିକି ଏନେଇ ଅଫିସିଆଲି କେବେ ଘୋଷଣା ହେବ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। WhatsApp ର ଏହି ନୂଆ Group କଲିଂରେ ୟୁଜର୍ସମାନେ ଉପକୃତ ହେବେ ବୋଲି ଜଣାପଡ଼ିଛି।

ସୂଚନାଥାଉ କି, ଚୀନରେ ପ୍ରସ୍ତୁତ ଓ ପରିଚାଳିତ ହେଉଥିବା zoom appକୁ ଭାରତରେ ଲକ୍‌ଡାଉନ୍ ପରେ ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି। ତେବେ zoom app ଆପ୍ ବ୍ୟବହାର କରିବା ଲୋକଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଆଡଭାଇଜରୀ ଜାରି କରିଛି ।

ଭାରତୀୟ ନୋଡାଲ୍ ସାଇବର ସିକ୍ୟୁରିଟି ଏଜେନ୍ସିର ତଥ୍ୟ ଓ ଅନୁସନ୍ଧାନ ପରେ ଏହି ଗାଇଡ ଲାଇନ୍ ଜାରି ହୋଇଛି। ୟୁଜର୍ସ ନିଜ ମୋବାଇଲ୍ କିମ୍ପା କମ୍ପ୍ୟୁଟର ଏହାକୁ ବ୍ୟବହାର କରୁଥିବା ବେଳେ ସଂପୃକ୍ତ ମୋବାଇଲ ଓ କମ୍ପୁଟର୍‌ରୁ ଡାଟା ଲିକ୍ ନେଇ ଆଶଙ୍କା ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା କି ? ଉଠିଲା ଏହି ୧୦ ପ୍ରଶ୍ନ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ଆମେରିକାରେ ଜଲୱା ଦେଖାଲେ ଓଡ଼ିଆ ପୁଅ

ରାସ୍ତାକଡ଼ରେ କାର୍‌‌ ରଖି ବିଷ ପିଇ ଦେଲେ ରାଜନେତା

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ଭାରତରେ ୩ କରୋନା ଭ୍ୟାକ୍‌ସିନ୍‌ କ୍ଲିନିକାଲ୍‌ ଟ୍ରାଏଲ୍‌ ଷ୍ଟେଜ୍‌ରେ

‘ସଫଳ ହେବନି ଡ୍ରାଗନର ଚାଲ୍’

ସଂସଦରେ ଉଠିଲା ବଲିଉଡର ଡ୍ରଗ୍ସ ଲିଙ୍କ୍ ପ୍ରସଙ୍ଗ

୨୪ ଘଣ୍ଟାରେ ଓଡ଼ିଶାରେ ୧୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ଆଜି ସର୍ବାଧିକ ୪,୧୯୮ କରୋନା ଆକ୍ରାନ୍ତ‌ ଚିହ୍ନଟ

You might also like