କୋର୍ଟ ପରିସରରେ ପ୍ରଦୀପ କହିଲେ, ୱେଟ୍ ଆଣ୍ଡ୍ ୱାଚ୍

ଭୁବନେଶ୍ୱର: ନିଯୁକ୍ତି ଜାଲିଆତି ଘଟଣାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାୀଙ୍କ ସହଯୋଗୀ ସର୍ବେଶ୍ୱର ରାଓଙ୍କୁ ଜେରା କରୁଛି ଏସଆଇଟି। କ୍ରାଇମବ୍ରାଞ୍ଚ ଅଫିସରରେ ସର୍ବେଶ୍ୱର ରାଓଙ୍କୁ ପଚରାଉଚରା ଚାଲିଛି। ଆକାଶ ପାଠକଙ୍କ ବ୍ୟକ୍ତିଗତ ସଚିବ ପିଟରଙ୍କୁ ଜେରା ବେଳେ ସେ ସର୍ବେଶ୍ୱରଙ୍କ ନାଁ ନେଇଥିଲେ। ତେଣୁ ସର୍ବେଶ୍ୱରଙ୍କ ଠାରୁ ତଥ୍ୟ ଓଗାଳିବାକୁ ଚେଷ୍ଟା କରୁଛି। ଏସଆଇଟି ତେବେ ର୍ସବେଶ୍ୱରଙ୍କ ଆକାଉଣ୍ଟରୁ ପ୍ରଦୀପଙ୍କ ଆକାଉଣ୍ଟକୁ କେତେ ଟଙ୍କା ଯାଇଛି ସେ ନେଇ ତଥ୍ୟ ସଂଗ୍ରହ କରୁଛି।

ସେପଟେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ୨ ଦିନିଆ ରିମାଣ୍ଡ ଆଜି ସରୁଛି। ଏହି ଦୁଇ ଭିତରେ କ୍ରାଇମବ୍ରାଞ୍ଚ ଏସଆଇଟି ତାଙ୍କ ଠାରୁ ଟାଟା ନିଯୁକ୍ତି ଠକେଇ ସଂପର୍କରେ ଜେରା କରି ପ୍ରମାଣ ସଂଗ୍ରହ କରିଥାଇପାରେ। ଦୁଇ ଦିନ ଧରି ତାଙ୍କୁ କଟକରେ ଥିବା କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଜେରା କରାଯାଇଥିଲା। ରିମାଣ୍ଡ ସରିବା ପରେ ପ୍ରଦୀପଙ୍କୁ ଆଜି ଭୁବନେଶ୍ୱର SDJM କୋର୍ଟରେ ହାଜର କରା ଯାଇଛି। କୋର୍ଟ ପରିସରରେ ପ୍ରଦୀପ ପାଣିଗ୍ରାହୀ ୱେଟ୍ ଏଣ୍ଡ ୱାଚ୍ ବୋଲି ଗଣମାଧ୍ୟମକୁ କହିଛନ୍ତି ।

You might also like