ଦ୍ୱିତୀୟ, ତୃତୀୟ ବିବାହ କଲେ ଅଫର ଦେଉଛି ୱେଡିଂ ହଲ୍ , ଚତୁର୍ଥ ବିବାହ କଲେ ରିସେପସନ୍‌ ଫ୍ରି

ଇସଲାମାବାଦ: ଚଳିତ ବର୍ଷର ମ୍ୟାରେଜ୍‌ ସିଜନ୍‌ ଆରମ୍ଭ ହୋଇସାରିଛି। ଲୋକମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ବିବାହ ମଣ୍ଡପ ଗୁଡ଼ିକ ଆକର୍ଷଣୀୟ ଅଫର ରଖିବା ସହ ଏହାକୁ ଅତି ସୁନ୍ଦର ଭାବେ ସଜାଇଛନ୍ତି। ହେଲେ ଆମେ ଏଠି ଆପଣଙ୍କୁ ଏମିତି ଏକ ୱେଡିଂ ହଲ୍‌ ବିଷୟରେ କହିବୁ ଯାହାର ଅଫର ଜାଣିଲେ ଆପଣଙ୍କୁ ଅଜବ ଲାଗିବ।

ଅଫରଟି କେବଳ ପୁରୁଷମାନଙ୍କ ପାଇଁ ରହିଛି। ବିଶେଷ କରି ସେହି ବ୍ୟକ୍ତିମାନଙ୍କ ପାଇଁ ରହିଛି ଯେଉଁମାନେ ଦ୍ୱିତୀୟ, ତୃତୀୟ କିମ୍ବା ଚତୁର୍ଥ ବିବାହ କରିବା ପାଇଁ ଇଚ୍ଛୁକ ଅଛନ୍ତି। ଦ୍ୱିତୀୟ ବିବାହ ଉପରେ ୫୦ ପ୍ରତିଶତ, ତୃତୀୟ ବିବାହ ଉପରେ ୭୫ ପ୍ରତିଶତ ଓ ଚତୁର୍ଥ ବିବାହ ଉପରେ ମାଗଣାରେ ରିସେପ୍‌ସନ୍‌ ଦିଆଯିବ ବୋଲି  ଏହି ୱେଡିଂ ହଲ୍‌ ଏମିତି ଏକ ଅଫର ଆଣିଛି। ଶୁଣିକି ଅଜବ ଲାଗୁଛି ନା ? ଆଜ୍ଞା ହଁ, ଯେ କେହି ବି ଶୁଣିଲେ ଟିକେ ଅଜବ ଲାଗିବ। ହେଲେ ଘଟଣାଟି ପୂରା ସତ। ପାକିସ୍ତାନରେ ଏକ ୱେଡିଂ ହଲ୍‌ ଏମିତି କିଛି ବମ୍ପର ଅଫର୍‌ ଆଣିଛି।

ସୂଚନା ଅନୁସାରେ, ପାକିସ୍ତାନର ବହାୱାଲ୍‌ପୁରରେ ଥିବା ଏହି ୱେଡିଂ ହଲ୍‌ ଏଭଳି ଅଫର ଆଣି ଏବେ ଚର୍ଚ୍ଚାରେ। ହେଲେ ଏହା ପଛରେ ୱେଡିଂ ହଲ୍‌ ମାଲିକ ଏକ ସର୍ତ୍ତ ରଖିଛନ୍ତି।

ୱେଡିଂ ହଲ୍‌ର ମାଲିକଙ୍କ କହିବା କଥା, ଯଦି ପ୍ରଥମ ବିବାହରେ ଡିସ୍‌କାଉଣ୍ଟ୍‌ ଦିଆଯାଇ ପାରୁଛି ତେବେ ଦ୍ୱିତୀୟ କିମ୍ବା ଏହାଠୁ ଅଧିକ ବିବାହ ଉପରେ କାହିଁକି ଡିସ୍‌କାଉଣ୍ଟ୍‌ ଦିଆଯାଇପାରିବ ନାହିଁ ? ଅଫର ପାଇବା ପାଇଁ ସର୍ତ୍ତ ହେଲା- ଯେଉଁ ବ୍ୟକ୍ତି ଦ୍ୱିତୀୟ କିମ୍ବା ଏହାଠୁ ଅଧିକ ବିବାହ କରୁଛନ୍ତି,  ୱେଡିଂ ହଲ୍‌ ବୁକିଂ ସେମାନଙ୍କର ପ୍ରଥମ ପତ୍ନୀ ନିଜେ କରିବେ। ଯଦି ପ୍ରଥମ ପତ୍ନୀ ହଲ୍‌ ବୁକ୍‌ ନ କରିବେ ତେବେ ଏହି ଅଫର ସେମାନଙ୍କୁ ମିଳିବ ନାହିଁ।

ପାକିସ୍ତାନରେ ଏହି ଖବର ପ୍ରଚାର ହେବାପରେ ବିବାହ ପାଇଁ ଉକ୍ତ ୱେଡିଂ ହଲ୍‌ ବୁକିଂ ପାଇଁ ଲୋକଙ୍କ ଭିଡ଼ ଜମୁଛି।

You might also like