କେରଳ ବନ୍ୟାରେ ଫସିରହିଛନ୍ତି ଓଡ଼ିଆ ବୁଣାକାର

ଭୁବନେଶ୍ୱର: କେରଳ ବନ୍ୟାରେ ଫସିଯାଇଛନ୍ତି କିଛି ଓଡ଼ିଆ ବୁଣାକାର। କେରଳର ଚେଙ୍ଗାନୁର୍ ମ୍ୟୁନିସିପାଲଟି ଗ୍ରାଉଣ୍ଡରେ ଅନୁଷ୍ଠିତ କୁଦମ୍ବଶ୍ରୀ-ସାରସମେଳାରେ ସାମିଲ ହେବାକୁ ଯାଇ ବୁଣାକାର ଫସିଯାଇଥିବା ସୂଚନା ମିଳିଛି।

ସେମାନଙ୍କ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ୨ ବୁଣାକାର ଅଛନ୍ତି। ଦୁଇ ପଇସା ଉପାର୍ଜନ ଆଶାରେ ୫ ଲକ୍ଷ ଟଙ୍କାର ସମ୍ବଲପୁରୀ ଶାଢ଼ୀ ଏବଂ ପାଟ୍ଟଶାଢ଼ୀ ଧରି ସୁବର୍ଣ୍ଣପୁର ଟିକ୍ରାପଡ଼ାର ଧ୍ରୁବ ମେହେର ଏବଂ ଡୋଳାମଣି ମେହେର କେରଳ ଯାଇଥିଲେ। କିନ୍ତୁ ପ୍ରବଳ ବର୍ଷା ହେବା ଯୋଗୁ ଷ୍ଟଲ୍‌ଗୁଡ଼ିକରେ ପାଣି ପଶିଯିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହାପରେ ଉଭୟଙ୍କୁ ଏକ ରିଲିଫ୍ ସେଣ୍ଟରରେ ରଖାଯାଇଥିବା ସୂଚନା ମିଳିଛି।

ମେଳାରେ କଟକ, ସୁନ୍ଦରଗଡ଼, ବଲାଙ୍ଗିର, ଖୋର୍ଦ୍ଧା, ଯାଜପୁର, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ନୟାଗଡ଼ ଆଦି ଜିଲ୍ଲାର ୧୧ଟି ଏସ୍.ଏଚ୍.ଜିର ସଦସ୍ୟ ମଧ୍ୟ ସାମିଲ ହୋଇଥିଲେ। ସେମାନଙ୍କୁ ମଧ୍ୟ ଆଶ୍ରୟସ୍ଥଳୀରେ ସୁରକ୍ଷିତ ରଖାଯାଇଛି। ବୁଣାକାର ଓ  ମେଳାରେ ଅଂଶ ଗ୍ରହଣ କରିଥିବା ଓଡ଼ିଆ ଲୋକଙ୍କର ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି।

You might also like