୧୦ ଦିନ ହେଲା ଆମେ ଗୃହବନ୍ଦୀ: ଜଗୀଙ୍କ ବାପା

ଭୁବନେଶ୍ୱର: ଖୋର୍ଦ୍ଧା ସାରୁଅ ଜମି ମାମଲାରେ ପୋଲିସର ମାତ୍ରାଧିକ ଆକ୍ରୋଶକୁ ନେଇ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଓଟିଭି ଏମ୍‌ଡି ଜଗୀ ମଙ୍ଗତ ପଣ୍ଡାଙ୍କ ବାପା ରଣଧୀର ସିଂହ। ୧୦ ଦିନ ହେଲା ଗୃହବନ୍ଦୀ ଅବସ୍ଥାରେ ରହିଥିବା କହିଛନ୍ତି। ପିଲାଛୁଆ, କର୍ମଚାରୀମାନେ ସମସ୍ତେ ଏଠାରେ ବନ୍ଦୀ ଭଳି ରହିଛନ୍ତି।

ରାସନ ସାମଗ୍ରୀ ସରିଗଲାଣି, ଅତ୍ୟାବଶ୍ୟକ ଜିନିଷ ନଥିବା କହିଛନ୍ତି ରଣଧୀର। ପୋଲିସ ମାତ୍ରାଧିକ ଭାବେ ରାତି ଅଧିଆ ଚଢ଼ାଉ କରୁଛି। ପୋଲିସର ଏଭଳି ଗୁଣ୍ଡାଗିରି ସେ ପୂର୍ବରୁ କେବେ ଦେଖିନାହାହାନ୍ତି ବୋଲି ରଣଧୀର ସୂଚନା ଦେଇଛନ୍ତି।

ଗତ ବିଳମ୍ବିତ ରାତି ୩ଟାରେ ପୋଲିସ ପାଚେରୀ ଡେଇଁ ଭିତରେ ପଶି ସାଇଟ୍ ଇନଚାର୍ଜ ଅନିରୁଦ୍ଧ ପଣ୍ଡାଙ୍କୁ ଉଠାଇ ନେଇଥିଲା। ଏଠାରେ ଗାଁ ଲୋକଙ୍କୁ କର୍ମନିଯୁକ୍ତି ଯୋଗାଇ ଦିଆଯାଉଛି କିନ୍ତୁ ରାଜ୍ୟ ସରକାର ଏବେ ଏହାକୁ ନର୍କରେ ପରିଣତ କରିଦେଲେଣି।

ପ୍ରତିଥର ପୋଲିସକୁ ପଚାରିଲେ, ଉପରୁ ନିର୍ଦ୍ଦେଶ ଥିବା କହୁଛନ୍ତି। ତେଣୁ ସୁରକ୍ଷା ପାଇଁ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଅପିଲ କରିଛନ୍ତି ଜଗି ମଙ୍ଗତଙ୍କ ବାପା। ଏଠାରେ ଫୋର୍ସ ମୁତୟନ କରି ସୁରକ୍ଷା ଦିଅନ୍ତୁ କହିଲେ ରଣଧୀର।

You might also like