ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା କି ? ଉଠିଲା ଏହି ୧୦ ପ୍ରଶ୍ନ
ମୁମ୍ବାଇ: ଏବେବି ରହସ୍ୟ ଘେର ଭିତରେ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ମୃତ୍ୟୁ। ଏହା ଆତ୍ମହତ୍ୟା ନା ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସିବିଆଇ ଏହି ଘଟଣାର ତଦନ୍ତ କରୁଛି। ସୁଶାନ୍ତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍କୁ ନେଇ Narcotics Control Bureau (NCB) ମଧ୍ୟ ଖୋଳତାଡ଼ କରି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କ ସମେତ ଅନେକ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିଛି।
ସୁଶାନ୍ତଙ୍କୁ ହତ୍ୟା କରାଯାଇପାରେ ବୋଲି ସନ୍ଦେହ କରାଯାଉଛି। ଯାହାକୁ ନେଇ ଏବେ ଏହି ୧୦ଟି ପ୍ରଶ୍ନ ଉଠିଛି। Times Now ପକ୍ଷରୁ ଏହାକୁ ଶେଆର କରାଯାଇଛି। ଯାହାର ଉତ୍ତର ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ।
୧. ବେକରେ ଥିବା ଅଦ୍ଭୁତ ଦାଗ…
ସୋସିଆଲ୍ ମିଡିଆରେ ଏକ୍ସପର୍ଟମାନେ ଦର୍ଶାଇଛନ୍ତି, ସୁଶାନ୍ତଙ୍କ ବେକରେ ଏକ ଅଦ୍ଭୁତ ପ୍ରକାରର ଦାଗ(ଜୋରରେ ବାନ୍ଧିଲା ଭଳି ଦାଗ) ଦେଖିବାକୁ ମିଳିଥିଲା। କପଡ଼ାରେ କେବବି ଏଭଳି ଦାଗ ଶରୀରରେ ସୃଷ୍ଟି ହେବନାହିଁ ବୋଲି ଏକ୍ସପର୍ଟମାନେ କହିଛନ୍ତି।
୨. ମୃତ୍ୟୁର ସମୟ ଜଣାପଡ଼ିନାହିଁ…
ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉଲ୍ଲେଖ କରାଯାଇନଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି- କେଉଁ ସମୟରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା, ତାହା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ନଥିଲା।
୩. ନିର୍ଦ୍ଦିଷ୍ଟ ଭାବରେ କିଛି ଫଟୋ ଓ ଭିଡିଓ ଲିକ୍ ହେବା…
ଜୁନ୍ ୧୪ରେ ଯେତେବେଳେ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା, ସେହି ସମୟର କିଛି ନିର୍ଦ୍ଦିଷ୍ଟ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା। ଏବେ ପ୍ରଶ୍ନ ଉଠୁଛି, କିଏ ସୁଶାନ୍ତଙ୍କ ମୃତଦେହର ଫଟୋ ଲିକ୍ କରିଥିଲା ?
୪. ୪୮ ଘଣ୍ଟା ବିଳମ୍ବରେ ସଂଗ୍ରହ ହୋଇଥିଲା Forensic ସାମଗ୍ରୀ…
CFSA ଲ୍ୟାବ୍ର ମୁଖ୍ୟ ଜଣେ ସାମ୍ବାଦିକଙ୍କ ଆଗରେ କ୍ୟାମେରାରେ ସ୍ୱୀକାର କରିଛନ୍ତି, Forensic ସାମଗ୍ରୀ ସଂଗ୍ରହ କରିବାରେ ବିଳମ୍ବ ହୋଇଥିଲା। ଯାହା ଘଟଣାର ତଦନ୍ତରେ ବାଧା ସୃଷ୍ଟି ହୋଇପାରେ।
୫. ରାତିରେ ହୋଇଥିଲା ପୋଷ୍ଟମର୍ଟମ୍…
ସୁଶାନ୍ତଙ୍କ ମୃତ୍ୟୁ ଘଟଣାକୁ ରହସ୍ୟ ବୋଲି କୁହାଯିବାର ଆଉ ଏକ କାରଣ ହେଉଛି ପୋଷ୍ଟମର୍ଟମ୍ ଘଟଣା। କାରଣ ମୃତଦେହକୁ ରାତିରେ(unnatural light) ପୋଷ୍ଟମର୍ଟମ କରାଯାଇଥିଲା। ରାତିରେ ପୋଷ୍ଟମର୍ଟମ୍ କରିବା ପାଇଁ କିଏ ଅନୁମତି ଦେଲା ? ଯାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।
୬. ସୁଶାନ୍ତଙ୍କ ମୃତ୍ୟୁ ଘଟିଥିବା ମୁମ୍ବାଇ ବାନ୍ଦ୍ରା ସ୍ଥିତ ଘରକୁ ନେଇ ମଧ୍ୟ ଏବେ ଅନେକ ପ୍ରଶ୍ନ ଉଠିଛି। ଘରର ଚାବି ଆଉ କେଉଁ କେଉଁ ମାନଙ୍କ ପାଖରେ ଥିଲା ତାଙ୍କୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
୭. ସୁଶାନ୍ତଙ୍କ ଡାଏରୀରୁ କିଛି ପେଜ୍ ଗାଏବ ହୋଇଯିବା…
ଜବତ ହୋଇଥିବା ସୁଶାନ୍ତଙ୍କ ଡାଏରୀରୁ କିଛି ପେଜ୍ ଗାଏବ ହେବାନେଇ ମଧ୍ୟ ଏବେ ସନ୍ଦେହ ଘେରରେ। ସବୁଠାରୁ ବଡ଼ ପ୍ରଶ୍ନ, ଯଦି ଏହି ଡାଏରୀ ମୁମ୍ବାଇ ପୋଲିସ୍ ପାଖରେ ଥିଲା, ତା’ହେଲେ କେମିତି ଡାଏରୀର କିଛି ପେଜ୍ ଗାଏବ ହୋଇଗଲା।
୮. ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କ ବୟାନକୁ ନେଇ ସନ୍ଦେହ…
ପୋଲିସ୍ ଓ ସିବିଆଇର ଜେରା ବେଳେ ସୁଶାନ୍ତଙ୍କ ଅତି ଘନିଷ୍ଠ ବନ୍ଧୁ ସିଦ୍ଧାର୍ଥ ପିଠାନୀ ଯେଉଁଭଳି ଭାବରେ ବାରମ୍ବାର ତାଙ୍କ ବୟାନ ବଦଳାଉଥିଲେ, ତାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି।
୯. ଘରର ତାଲା ଭାଙ୍ଗିଥିବା ବ୍ୟକ୍ତି ଜଣକ କହିଛନ୍ତି, ଯେତେବେଳେ ସେ ସୁଶାନ୍ତଙ୍କ ବେଡ୍ରୁମ୍ର ତାଲା ଖୋଲିଥିଲେ, ଏହାପରେ ତାଙ୍କୁ ଭିତରକୁ ଯିବାପାଇଁ ଅନୁମତି ମିଳି ନ ଥିଲା।
୧୦. ଉପରୋକ୍ତ ସବୁ ଘଟଣାକୁ ଦେଖିଲେ ଜଣାପଡ଼ୁଛି, ହୁଏତ କିଛି ପ୍ରମାଣ ନଷ୍ଟ ହୋଇଥାଇପାରେ। ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।
ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ନା ତାଙ୍କର ଫ୍ୟାନ୍ସମାନେ ବିଶ୍ୱାସ କରିପାରୁଛନ୍ତି ନା ଏକ୍ସପର୍ଟମାନେ ଏହାକୁ ସହଜରେ ଗ୍ରହଣ କରିପାରୁଛନ୍ତି।