ଜମ୍ମୁକାଶ୍ମୀର କଟକଣା ଉଚ୍ଛେଦ ସମ୍ପର୍କରେ ରୁଲିଂ ଦେଲେନି ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଲାଗୁ ହୋଇଥିବା କଟକଣାକୁ ଉଠାଇବା ପାଇଁ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ଆଗତ ହୋଇଥିଲା। ଆଜି ସୁପ୍ରିମକୋର୍ଟ ଏହାର ଶୁଣାଣି କରିଥିଲେ ହେଁ କଟକଣା ଉଚ୍ଛେଦ ସମ୍ପର୍କରେ କୌଣସି ରୁଲିଂ ଦେଇ ନାହାନ୍ତି। ଜମ୍ମୁ-କଶ୍ମୀରରେ ସ୍ୱାଭାବିକ ସ୍ଥିତି ଫେରିବା ଯାଏ ସମସ୍ତେ ଅପେକ୍ଷା କରିବାକୁ କୋର୍ଟ କହିଛନ୍ତି। ତରବରିଆ ଭାବେ ଜମ୍ମୁ-କଶ୍ମୀର ପରିସ୍ଥିତିରେ ହସ୍ତକ୍ଷେପ କରିବା ଠିକ୍‌ ନୁହେଁ। ଏଥିସହ ମାମଲା ଶୁଣାଣି ଆସନ୍ତା ୨ ସପ୍ତାହ ପରେ ହେବ ବୋଲି ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ଜମ୍ମୁ-କଶ୍ମୀରରେ ମୋବାଇଲ, ଇଣ୍ଟରନେଟ୍‌ ଓ ଲ୍ୟାଣ୍ଡ ଲାଇନ୍‌ ଉପରେ କଟକଣା ଲାଗୁ ହୋଇଛି। ଏଥିସହ ବକ୍ରି ଇଦ୍‌ ପୂର୍ବରୁ ଓ ପରେ ବିଭିନ୍ନ ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି। ଏହାକୁ ତୁରନ୍ତ ଉଚ୍ଛେଦ କରିବାକୁ କଂଗ୍ରେସ ନେତାଙ୍କ ସମେତ ଏକାଧିକ ରାଜନୀତିକ ଦଳ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା।

ଆଜି ଏହାର ଶୁଣାଣି ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେକେ ଭେପୁଗୋପାଲ ନିଜର ପକ୍ଷ ରଖି କହିଥିଲେ ଯେ “୨୦୧୬ ଆତଙ୍କବାଦୀ ବୁରହାନ ୱାନିର ମୃତ୍ୟୁ ପରେ କଶ୍ମୀରରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରାୟ ୩ ମାସ ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା।  ଏବେ ପୁଣିଥରେ ସମାନ ସ୍ଥିତି ଜମ୍ମୁ-କଶ୍ମୀରରେ ସୃଷ୍ଟି ହେଉ ବୋଲି ଆମେ ଚାହୁଁନାହୁଁ। ଜମ୍ମୁ-କଶ୍ମୀରରେ ସ୍ଥିତି ଧୀରେ ଧୀରେ ସୁଧୁରୁଛି। ଆଉ କିଛି ଦିନ ମଧ୍ୟରେ ସ୍ଥିତି ସଂପୂର୍ଣ୍ଣ ସ୍ୱାଭାବିକ ହୋଇଯିବ। ଏଥିପାଇଁ ସମୟ ଦରକାର। କେନ୍ଦ୍ର ସରକାର ଦୈନନ୍ଦିନ କଶ୍ମୀର ସ୍ଥିତିର ସମୀକ୍ଷା କରୁଛନ୍ତି। ଏବେ ସବୁକିଛି ନିୟନ୍ତ୍ରଣାଧୀନ ରହିଛି।”

ଏହାପରେ ଖଣ୍ଡପୀଠ କହିଥିଲେ, “ଜମ୍ମୁ-କଶ୍ମୀର ଏକ ସମ୍ବେଦନଶୀଳ ପ୍ରସଙ୍ଗ। ତେଣୁ ଏଠାରେ ସ୍ୱାଭାବିକ ସ୍ଥିତି ଫେରିବାକୁ କିଛି ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଯଦି ସ୍ଥିତି ଏମିତି ଲାଗି ରହିଲା, ତା’ହେଲେ ଆମେ ନିଶ୍ଚିତ ଏଥିରେ ହସ୍ତକ୍ଷେପ କରିବୁ। ଆମେ ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨ ସପ୍ତାହ ପରେ କରିବୁ। ତେବେ ପ୍ରଶାସନ ଦୈନିନ୍ଦିନ ସ୍ଥିତି ସମୀକ୍ଷା କରୁଛି ବୋଲି କହୁଛି। ହେଲେ ଯେମିତି କୌଣସି ଜୀବନ କଶ୍ମୀରରେ ନ ଯାଏ, ସେଥିପ୍ରତି ପ୍ରଶାସନ ଯତ୍ନବାନ ହେବା ଉଚିତ। ”

ଏହି ଖଣ୍ଡପୀଠରେ ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ବ୍ୟତୀତ ଜଷ୍ଟିସ୍‌ ଏମ୍‌ ଆର ଶାହ ଓ ଜଷ୍ଟିସ୍‌ ଅଜୟ ରସ୍ତୋଗୀ ମଧ୍ୟ ରହିଥିଲେ।

ଏହାପୂର୍ବରୁ କଶ୍ମୀର ଟାଇମ୍ସ ସଂବାଦ ସଂସ୍ଥାର ସମ୍ପାଦକ ମଧ୍ୟ କଟକଣା ଉଚ୍ଛେଦ ପାଇଁ ସୁପ୍ରିମକୋର୍ଟରେ ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲେ। ତେବେ କୋର୍ଟ ଏହି ଆବେଦନ ଉପରେ ଜରୁରୀ ଶୁଣାଣି କରିବାକୁ ମନା କରିଦେଇଥିଲେ। ପ୍ରଥମେ ରେଜିଷ୍ଟ୍ରି ନିକଟକୁ ଯିବାକୁ କୋର୍ଟ ଆବେଦନକାରୀଙ୍କୁ କହିଥିଲେ। ଆବେଦନକାରୀ ପ୍ରେସର ସ୍ୱାଧୀନତାକୁ ସଙ୍କୁଚିତ କରାଯାଉଥିବା ଅଭିଯୋଗ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଆହୁରି ପଢ଼ନ୍ତୁ

୬ ବର୍ଷର ବିସ୍ମୟ ବାଳକ ; ପଢୁଛନ୍ତି ଭାଗବତ

ଇଞ୍ଜିନିୟର୍ସ ଡେ’ରେ ଇଞ୍ଜିନିୟରଙ୍କୁ ପିଟିପିଟି ମାରିଦେଲେ

ରାଗିଗଲେ ସାର୍‌; ଛାତ୍ରଛାତ୍ରୀଙ୍କଠାରୁ ଛଡ଼ାଇ ଆଣି ହାତୁଡ଼ିରେ ପିଟି ଭାଙ୍ଗିଦେଲେ ୧୬ ମୋବାଇଲ୍

ଏକଚାଟିଆ ନିଷ୍ପତ୍ତି କେବେ ବି ସଂଘୀୟ ନୀତି ପ୍ରତି ଭଲ ନୁହଁ: ମନମୋହନ ସିଂହ

ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅସଦାଚରଣ ; ନିସ୍ତୁକ ପିଟିଲେ ଲୋକେ

ଗିରଫ ହୋଇପାରନ୍ତି ପୂର୍ବତନ ପୁଲିସ କମିଶନର ରାଜୀବ କୁମାର!

ନେତାଙ୍କୁ କଣ ଆଇନ୍ ମାଫ୍ ? ଲୋକସେବା ଭବନରେ ନୂଆ ଟ୍ରାଫିକ୍ ନିୟମକୁ ଫୁ

ପୁଲିସ ହେବ ତ ଏମିତି ; ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ମେଡିକାଲ ପହଞ୍ଚାଇଲେ ଏସ୍‌ପି

ବିଲରୁ ମହିଳାଙ୍କ କଟାମୁଣ୍ଡ ଉଦ୍ଧାର

ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଲା ଏୟାରସେଲ-ମ୍ୟାକ୍ସିସ୍ କେସ୍‌ର ଶୁଣାଣି

ପରଲୋକରେ ଜିମ୍ବାୱେ ପ୍ରତିଷ୍ଠାତା ରବର୍ଟ ମୁଗାବେ

ଦଇତାପତି ନିଯୋଗର ନିବେଦନ-‘ସହମତି ଭିତ୍ତିରେ ଉଚ୍ଛେଦ କରାଯାଉ’,

You might also like