ଗ୍ରାହକଙ୍କ ପାଇଁ Vodafone-Ideaର କ୍ୟାସବ୍ୟାକ ଅଫର

ନୂଆଦିଲ୍ଲୀ: ଏୟାରଟେଲ ଓ ଜିଓ ଭଳି  ଭୋଡାଫୋନ-ଆଇଡିଆ ମଧ୍ୟ ସେମାନଙ୍କର ଗ୍ରାହକଙ୍କ ପାଇଁ ନୂଆ ପ୍ରୋଗ୍ରାମ #RechargeforGood ଆରମ୍ଭ କରିଛନ୍ତି।

ଏହି ପ୍ରୋଗ୍ରାମ ଅନୁସାରେ ଯଦି କୌଣସି ଭୋଡାଫୋନ କିମ୍ବା ଆଇଡିଆ ଗ୍ରାହକ, ଅନ୍ୟ ଗ୍ରାହକଙ୍କ ପ୍ରିପେଡ ଆକାଉଣ୍ଟ ପାଇଁ ରିଚାର୍ଜ କରନ୍ତି, ତା’ହେଲେ ସମ୍ପୃକ୍ତ ଗ୍ରାହକଙ୍କୁ ୬ ପ୍ରତିଶତ କ୍ୟାସବ୍ୟାକ ମିଳିବ।MyVodafone କିମ୍ବା MyIdea ଆପ୍ସ ବ୍ୟବହାର କରି ଆପଣ ଏହି ରିଚାର୍ଜ କରିପାରିବେ।

କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଲକଡାଉନ ଥିବାବେଳେ Vodafone-Idea ସେମାନଙ୍କର ଗ୍ରାହକଙ୍କ ପାଇଁ ଏଭଳି କିଛି ଅଫର ଆଣିଛନ୍ତି।

ଭୋଡାଫୋନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ୧୪୯ ଟଙ୍କା ରିଚାର୍ଜ କଲେ ୧୦ ଟଙ୍କା ଓ ୨୪୯ ଟଙ୍କା ରିଚାର୍ଜ କଲେ ୧୫ ଟଙ୍କା କ୍ୟାସବ୍ୟାକ ମିଳିବ। ରିଚାର୍ଜର ଭାଲ୍ୟୁ ଅନୁସାରେ କ୍ୟାସବ୍ୟାକ ମିଳିବ। ଏହି କ୍ୟାସବ୍ୟାକ ୯୬ ଘଣ୍ଟା ମଧ୍ୟରେ ୟୁଜରଙ୍କ ଆକାଉଣ୍ଟକୁ କ୍ରେଡିଟ କରାଯିବ ବୋଲି ଜଣାପଡିଛି। ଏପ୍ରିଲ ୩୦ ପର୍ଯ୍ୟନ୍ତ ଏହି ଅଫର ଉପଲବ୍ଧ ବୋଲି ଭୋଡାଫୋନ ପକ୍ଷରୁ କୁହାଯାଇଛି।

You might also like