ଭିସ୍ତାର ଏୟାରଲାଇନ୍ସର ଜବରଦସ୍ତ ଅଫର, ଏତିକି ଟଙ୍କାରେ ଆପଣ ବି କରିବେ ବିମାନ ଯାତ୍ରା
ନୂଆଦିଲ୍ଲୀ: ମାତ୍ର ୧୨୯୯ ଟଙ୍କାରେ ଆପଣ କରିପାରିବେ ବିମାନ ଯାତ୍ରା। ଜାତୀୟ ଗଣାମଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଟାଟା ଗ୍ରୁପ୍ ଏବଂ ସିଙ୍ଗାପୁର ଏୟାରଲାଇନ୍ସର ମିଳିତ ଉଦ୍ୟମରେ ଭିସ୍ତାରା ଏୟାରଲାଇନ୍ସ ଏମିତି ଅଫର ଦେଇଛି। ନିଜର ଷଷ୍ଠ ତମ ବାର୍ଷିକି ଉତ୍ସବରେ ଯାତ୍ରୀଙ୍କ ଲାଗି ଏମିତି ଦମଦାର ଅଫର ଘୋଷଣା କରିଛି କମ୍ପାନୀ। ତେବେ ମାତ୍ର ୧୨୯୯ ଟଙ୍କା ଦେଇ ଆପଣ ବି ବିମାନରେ ବସିବାର ସୁଯୋଗ ପାଇବେ।
ମିଳିଥିବା ସୂଚନା ଅନୁସାରେ, ବିମାନର ପ୍ରିମିୟମ ଇକୋନୋମିକ ଟିକେଟ ୨୦୯୯ ଟଙ୍କାରୁ ହିଁ ଆରମ୍ଭ ହୁଏ ଏହାସହ ବ୍ୟବସାୟ ଶ୍ରେଣୀ ବୁକିଂ ହାର ୫୯୯୯ ଟଙ୍କାରୁ ହିଁ ଆରମ୍ଭ ହୁଏ। ତେବେ ଜାନୁଆରୀ ୮ ଓ ୯ ତାରିଖରେ ଯେଉଁମାନେ ଭିସ୍ତାରାରେ ଟିକେଟ ବୁକିଂ କରିଛନ୍ତି ସେମାନେ ଏହି ସ୍ୱତନ୍ତ୍ର ଅଫର ପାଇବେ ବୋଲି କମ୍ପାନୀ ସ୍ପଷ୍ଟ କରିଛି। ଏହାସହ ଯାତ୍ରୀମାନେ ୨୫ ଫେବୃଆରୀରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ କମ୍ ମୂଲ୍ୟରେ ଦେଶରେ ଯାତ୍ରା କରିବାକୁ ଟିକେଟ ବୁକ୍ ମଧ୍ୟ କରିପାରିବେ। କମ୍ପାନୀ ପକ୍ଷରୁ ଦିଆଯାଇଥିବା ଏହି ବମ୍ପର ନିୟମ ଅନୁଯାୟୀ, ଆଜି ରାତି ୧୧.୫୯ ପର୍ଯ୍ୟନ୍ତ ଟିକେଟ୍ ବୁକିଂ କରିପାରିବେ।
ଭିସ୍ତାରା ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ,ବାଗଡୋଗ୍ରା ଠାରୁ ଡିବ୍ରୁଗଡ ପର୍ଯ୍ୟନ୍ତ ଯଦି ଆପଣ ଇକୋନୋମିକ ଶ୍ରେଣୀରେ ଟିକେଟ୍ ବୁକିଂ କରନ୍ତି ତେବେ ଆପଣଙ୍କୁ ୧୪୯୬ ଟଙ୍କା ଦେବାକୁ ପଡିବ। ଠିକ ସେହିପରି ଭାବରେ ପ୍ରିମିୟମ ଇକୋନୋମିରେ ଯାତ୍ରା କଲେ ୨୦୯୯ ଟଙ୍କା ଏବଂ ବିଜିନେସ କ୍ଲାସରେ ଯାତ୍ରା କଲେ ୫୯୯୯ ଟଙ୍କା ଦେବାକୁ ପଡ଼ିବ। କେବଳ ଏତିକି ନୁହେଁ ବରଂ ଦିଲ୍ଲୀରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ଆପଣ ଯଦି ଯାତ୍ରା କରିବେ ତେବେ ଇକୋନେମି କ୍ଲାସ ପାଇଁ ୧୮୪୬ ଟଙ୍କା, ପ୍ରିମିୟମ କ୍ଲାସରେ ଯାତ୍ରା କଲେ ଆପଣଙ୍କୁ ଦେବାକୁ ପଡିବ ୩୦୯୬ ଟଙ୍କାଯ ଠିକ୍ ସେହିପରି ଭାବରେ ବିଜିନେସ କ୍ଲାସରେ ଆପଣ ଯାତ୍ରା କଲେ ଆପଣଙ୍କୁ ଦେବାକୁ ପଡିବ ୧୧୬୬୬ ଟଙ୍କା।
ତେବେ ମୋଟ ଉପରେ କହିବାକୁ ଗଲେ, ବିମାନରେ ଯାତ୍ରା କରିବାକୁ ସମସ୍ତଙ୍କର ଇଚ୍ଛାଥାଏ। କିଏ ଟଙ୍କା ପାଇଁ ଯାତ୍ରା କରିପାରେ ନାହିଁ ତ ଆଉ କାହାକୁ ସେମାନେ ଚାହୁଁଥିବା ଅନୁସାରେ, ଟିକେଟ୍ ମିଳେ ନାହିଁ। ତେଣୁ ବିମାନଯାତ୍ରାର ମଜା ସେମାନେ ଉଠାଇ ପାରନ୍ତି ନାହିଁ। କିନ୍ତୁ ଭିସ୍ତାର ନିଜର ଷଷ୍ଠ ବାର୍ଷିକୀରେ ଯାତ୍ରୀଙ୍କ ପାଇଁ ଯେଉଁ ଦମଦାର ଅଫର ଆଣିଛି ତାହା ନିଶ୍ଚିତ ଆପଣଙ୍କର ବିମାନଯାତ୍ରାର ସ୍ୱପ୍ନକୁ ପୂରା କରିପାରିବ। ତେଣୁ ନିଶ୍ଚିତ ଭାବରେ ଡେରି ନକରି ବିମାନର ଟିକେଟ ବୁକିଂ କରନ୍ତୁ ଆଉ ବିମାନଯାତ୍ରାର ମଜା ଉଠାନ୍ତୁ।