ପୋଲିସର ବୟାନ ଆଉ ଭିଡିଓରେ ତାଳମେଳ ରହୁନି, ବିକାଶ ଦୁବେ ଏନକାଉଣ୍ଟରକୁ ନେଇ ଉଠିଲା ଏମିତି ପ୍ରଶ୍ନ
ନୂଆଦିଲ୍ଲୀ:ଉତ୍ତର ପ୍ରଦେଶ ପୋଲିସ ଶୁକ୍ରବାର କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନକାଉଣ୍ଟରରେ ନିହତ ହୋଇଛି। ପୋଲିସ ବୟାନ ଅନୁସାରେ ବିକାଶକୁ ଉଜୈନରୁ କାନପୁର ନିଆଯାଉଥିଲା। ଶୁକ୍ରବାର ଦ୍ୱିପହରରେ ତାଙ୍କୁ କୋର୍ଟରେ ହାଜର କରାଯାଇଥାନ୍ତା। ସକାଳୁ ସକାଳୁ ୟୁପି ଏସ୍ଟିଏଫ ଗାଡିରେ ବିକାଶ ବସି ଆସୁଥିଲେ। କାନ୍ପୁର ଆଉ ଅଳ୍ପବାଟ ଥିଲା। ହେଲେ ବର୍ଷା ଯୋଗୁ ଗାଡି ଓଲଟି ପଡ଼ିଲା।
ପୋଲିସର କହିବା ଅନୁଯାୟୀ, ବିକାଶ ଜଣେ ପୋଲିସ କର୍ମୀଙ୍କ ବନ୍ଧୁକ ନେଇ ଫେରାର ହୋଇଯିବାକୁ ଚେଷ୍ଟା କରୁଥିଲା। ହେଲେ ପୋଲିସ ପିଛା କରି ତାକୁ ଆତ୍ମସମର୍ପଣ କରିବାକୁ କହିଥିଲା। ବିକାଶ ନ ମାନିବାରୁ ପୋଲିସ ବାଧ୍ୟ ହୋଇ ଗୁଳି ଚଳାଇଥିଲା।
ତେବେ ଏହି ଘଟଣାର କିଛି ଭିଡିଓ ଏବେ ସାମ୍ନକୁ ଆସିଛି। ହେଲେ ପୋଲିସର ବୟାନ ଏହି ଭିଡିଓ ସହ ମେଳ ଖାଉନି। ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ସକାଳ ପ୍ରାୟ ୪ଟାରେ ନିଆଯାଇଥିଲା। ଏଥିରେ ପୋଲିସର ୩ଟି ଗାଡି ଏକ ଟୋଲ ବୁଥ୍ରୁ ବାହାରୁଛି। ଏହି ଭିଡିଓରେ ଦେଖିବାକୁ ମିଳିଛି, ବିକାଶ ଦୁବେ ଯେଉଁ କାର୍ରେ ବସିଛି, ସେହି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇନାହିଁ। ତେବେ କେଉଁ କାର ଓଲଟିଲା ସେ ନେଇ ପୋଲିସ କୌଣସି ସ୍ପଷ୍ଟ ବୟାନ ଦେଇ ନାହିଁ।
#WATCH Media persons, who were following the convoy bringing back gangster Vikas Dubey, were stopped by police in Sachendi area of Kanpur before the encounter around 6.30 am in which the criminal was killed. (Earlier visuals) pic.twitter.com/K1B56NGV5p
— ANI UP (@ANINewsUP) July 10, 2020
ସେହିପରି ଆଉ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ସକାଳ ସାଢେ ୬ଟାରେ ନିଆଯାଇଛି। ଅର୍ଥାତ୍ ଏନକାଉଣ୍ଟରର ପ୍ରାୟ ଅଧଘଣ୍ଟା ପୂର୍ବର। ଏଥିରେ ଦେଖାଯାଉଛି, ମିଡିଆର ଗାଡ଼ିକୁ ରୋକି ଦିଆଯାଇଛି। ସକାଳ ସାଢ଼େ ୬ଟା ବେଳେ କାନପୁରର ସଚେଣ୍ଡି ରାସ୍ତାକୁ ବନ୍ଦ କରାଯାଇଥିଲା। ବିକାଶ ଦୁବେକୁ ନିଆଯାଉଥିବା ଗାଡ଼ିର ପଛରେ ଯାଉଥିବା ଶତାଧିକ ଗଣମାଧ୍ୟମ ଗାଡ଼ିକୁ ଅଟକା ଯାଇଥିଲା ।ଗଣମାଧ୍ୟମକୁ ଯିବାକୁ ବାରଣ କରାଯାଇଥିଲା। ଆଉ ଏହାରି ଭିତରେ ୫ ଶହ ମିଟର୍ ଦୂର ରାସ୍ତାରେ ଘଟିଛି ସେହି ବହୁ ଚର୍ଚ୍ଚିତ ଏନକାଉଣ୍ଟର।
ତେବେ ପୋଲିସର ଏଇ ଏନ୍କାଉଣ୍ଟରକୁ ନେଇ ଅନେକ ପ୍ରଶ୍ନ ଉଠିଛି। ବିପକ୍ଷ ନେତାମାନେ ମଧ୍ୟ ଯୋଗୀ ସରକାର ପ୍ରତି ଅଙ୍ଗୁଳି ଉଠାଇଛନ୍ତି। ବିଏସପି ସୁପ୍ରିମୋ ନିରପେକ୍ଷ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି।
ସୂଚନାଥାଉ କି, ମୋଷ୍ଟ ଓ୍ୱାଣ୍ଟେଡ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ତା ନଁରେ ଅଛି ୬୦ରୁ ଅଧିକ ଅପରାଧ ମାମଲା । ଅନେକ ହତ୍ୟା, ଡକାୟତି, ରାହାଜାନିରେ ସେ ସଂପୃକ୍ତ ଥିବାର ଅଭିଯୋଗ ରହିଛି । ଗତ ୨ ତାରିଖ ରାତିରେ ୟୁପି କାନପୁର ପୋଲିସ ବିକାଶ ଦୁବେକୁ ଗିରଫ କରିବାକୁ ତା ଘରକୁ ଯାଇଥିଲା । ପୋଲିସଠାରୁ ହିଁ ଆଗରୁ ସୂଚନା ପାଇ ଆମ୍ବୁସ୍ କରି ଛକି ବସିଥିଲା ଗ୍ୟାଙ୍ଗଷ୍ଟର ବିକାଶ ଓ ତା ସହଯୋଗୀ ।
ପୋଲିସ ଆସୁଥିବା ଖବର ପାଇ ଅଧିକ ସଂଖ୍ୟକ ସହଯୋଗୀଙ୍କୁ ତାର ଆଡ୍ଡାକୁ ଡକାଇ ପୋଲିସକୁ ଅପେକ୍ଷା କରି ବସିଥିଲା ବିକାଶ। । ପୋଲିସ ରେଡ୍ ପୂର୍ବରୁ ନିକଟସ୍ଥ ଥାନାରୁ ବିକାଶ ପାଖକୁ ଖବର ଆସିଥିଲା । ତେଣୁ ପୂର୍ବ ପ୍ରସ୍ତୁତି କରି ପୋଲିସ ଆସିବା ମାତ୍ରେ ସେମାନଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲା ।
ବିକାଶର ଗ୍ୟାଙ୍ଗ୍ ଉପରେ ଥିବାରୁ ପୋଲିସ ସେମାନଙ୍କୁ ଠିକ୍ ଭାବେ ଦେଖି ପାରୁନଥିଲା। ତେଣୁ ଏଥିରେ ୟୁପିର ୮ ପୋଲିସ କର୍ମୀ ସହିଦ ହୋଇଥିଲେ। ଗୁଳିକାଣ୍ଡ ଘଟଣା ପର ଦିନ ଜୁଲାଇ ୩ ତାରିଖରେ ବିକାଶର ଦୁଇ ସହଯୋଗୀଙ୍କୁ ବି ଏନକାଉଣ୍ଟର କରାଯାଇଥିଲା ।
କିନ୍ତୁ ପୋଲିସକୁ ଚକମା ଦେଇ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା ବିକାଶ ଜୁଲାଇ ୪ ତାରିଖରେ । ତାର ଘର ଓ କାରଗୁଡିକୁ ମାଟିରେ ମିଶାଇ ଦେଇଥିଲା କାନପୁର ପ୍ରଶାସନ ୬ତାରିଖରେ ଅପରାଧୀ ବିକାଶ ଦୁବେ ସହ ଲିଙ୍କ୍ ଅଭିଯୋଗରେ ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲା । ୟୁପି ପୋଲିସ ବିକାଶକୁ ଧରିବା ପାଇଁ ଗଠନ କରାଯାଇଥିଲା ୨୫ଟି ଟିମ୍ ।
ସର୍ଚ୍ଚ ଅପରେସନ ଜାରି ରହିଥିଲା। ପରେ ହମିରପୁରରେ ପୋଲିସକୁ ମିଳିଥିଲା ବଡ଼ ସଫଳତା । ବିକାଶ ଦୁବେର ସବୁଠୁ ବିଶ୍ୱସ୍ତ ସହଯୋଗୀ ଅମର ଦୁବେ ପୋଲିସ ଗୁଳିରେ ନିହତ ହୋଇଥିଲା। ଗତକାଲି ବିକାଶକୁ ଉଜୈନର ମହାକାଳ ମନ୍ଦିରକୁ ତାକୁ ଗିରଫ କରାଯାଇଥିଲା । ତାର ପଲିଟିକାଲ ଲିଙ୍କ୍ ଥିବା କଥା ମଧ୍ୟ ଜଣାପଡ଼ିଥିଲା । ସେ ନିଜେ ୨୦୧୭ରେ ସ୍ୱୀକାର କରିଥିଲା ଯେ, ଦୁଇ ବିଜେପି ବିଧାୟକଙ୍କ ସହିତ ସଂପର୍କ ଅଛି । ଏହା ଆଗରୁ ବିକାଶର ୪ ସହଯୋଗୀଙ୍କୁ ଏନକାଉଣ୍ଟର କରାଯାଇଥିଲା ।