ରାଜ୍ୟରେ ସକ୍ରିୟ ହୋଇ ଉଠିଛି ଭିଜିଲାନ୍ସ, ଜାଣନ୍ତୁ ଆଜି କେଉଁ ସ୍ଥାନରେ ଚଢାଉ କଲା ଟିମ୍
ଭିଜିଲାନ୍ସ ଜାଲରେ ଆଉ ଜଣେ PEO
ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଆଉ ଜଣେ PEO। ବଲାଙ୍ଗିର ସହରରେ ପଞ୍ଚମ ଦିନରେ ଭିଜିଲାନ୍ସ ଟିମର ରେଡ୍। ପୁଇଁତଳା ପଞ୍ଚାୟତ PEO ବିହାରିଲାଲ ବାରିକଙ୍କ ଘରେ ରେଡ୍ ଜାରି ରହିଛି। ଶାନ୍ତିପଡ଼ା ଘର ଓ ପୁଇଁତଳା ଅଫିସ ରେଡ୍ କରୁଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଚଢ଼ାଉ ଜାରି ରହିଛି। ଏହି ଚଢାଉରେ ବଲାଙ୍ଗୀର, ସମ୍ବଲପୁର, ସୋନପୁର ଏବଂ ବରଗଡ ଜିଲ୍ଲାର ଭିଜିଲାନ୍ସ ଟିମ୍ ସାମିଲ ହୋଇଛନ୍ତି। ପିଇଓ ବାରିକଙ୍କ ଦୁଇ ମହଲା କୋଠା, ଜମିବାଡି, ନଗଦ ଟଙ୍କା, ସୁନା ଅଳଙ୍କାରକୁ ନେଇ ଭିଜିଲାନ୍ସର ଖୋଳତାଡ ଜାରି ରହିଛି।
ସେପଟେ,ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକଙ୍କ ଘରେ ଭିଜିଲାନ୍ସ ଚଢ଼ଉ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଲାଠୋର ଶାଖାର ମ୍ୟାନେଜର ସାଗର କଣାଙ୍କ ଘରେ ସକାଳୁ ଭିଜିଲାନ୍ସ ଚଢ଼ଉ କରିଛି। ଭିଜିଲାନ୍ସ ଟିମ୍ ସାଗରଙ୍କ ବଏଜ ହାଇସ୍କୁଲ ପଡ଼ାରେ ଥିବା ଘର, ଘୁନସରରେ ଥିବା ସ୍ବଶୁର ଘରେ ଏକକାଳୀନ ଚଢ଼ଉ କରୁଛି।
ସେପଟେ, ରାଜ୍ୟରେ ଲଗାତାର ଭାବରେ ବଢିଚାଲିଛି ଭିଜିଲାନ୍ସ ଚଢାଉ। ତେବେ ମିଳିଥିବା ସୂଚନା ଅନୁସାରେ, ଗତକାଲି ମଧ୍ୟ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ କୋର୍ଟରେ ଏଏସଆଇ ଭାବେ କାର୍ଯ୍ୟରତ ରବୀନ୍ଦ୍ରନାଥ ସେନାପତିଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି।
ଏହାସହ ଜଗତସିଂହପୁରର ଖେରସରେ ଥିବା ଦୁଇ ମହଲା ବିଶିଷ୍ଟ ବାସଭବନ, ଭୁବନେଶ୍ୱର ହଂସପାଳ ସୁରେଖା ବାଟିକା ଆପାର୍ଟମେଣ୍ଟରେ ଥିବା ଫ୍ଲାଟ, ଏରସମାର ଆନନ୍ଦପୁର ଗାଁରେ ଥିବା ପୈତୃକ ବାସଭବନ ଓ ତିର୍ତ୍ତୋଲ କୋର୍ଟ ଭିତରେ ଥିବା ଅଫିସରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ସର୍ଚ୍ଚ ଓ୍ୱାରେଣ୍ଟ ଜାରି କରାଯାଇ ଚଢ଼ାଉ କରାଯାଇଛି।