ନୋବେଲ ବିଜେତା ସାହିତ୍ୟକ ଭି.ଏସ୍. ନାଇପଲ୍‌ଙ୍କ ପରଲୋକ

ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ନୋବେଲ ବିଜେତା ସାହିତ୍ୟକ ଭି.ଏସ୍. ନାଇପଲ୍‌ଙ୍କ ପରଲୋକ। ଗତକାଲି ଲଣ୍ଡନସ୍ଥିତ ବାସଭବନରେ ତାଙ୍କର ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ନାଇପଲ୍‌ଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ଏକ ବିବୃତିରେ ନାଇପଲଙ୍କ ପରଲୋକ ସଂପର୍କରେ ପରିବାର ଲୋକେ ଘୋଷଣା କରିଛନ୍ତି।  ତେବେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।  A House of Mr Biswas, A Bend in the River, In a Free State, An Area of Darkness, Among the Believers, Beyond Belief ଅାଦି ହେଉଛି ତାଙ୍କର ଅନବଦ୍ୟ କୃତି ସାହିତ୍ୟ ଜଗତକୁ ତାଙ୍କର ଅବଦାନକୁ ସ୍ୱୀକୃତି ସ୍ୱରୂପ ୨୦୦୧ ମସିହାରେ ନଇପଲଙ୍କୁ ମିଳିଥିଲା ନୋବେଲ ପୁରସ୍କାର। In a  Free State ପାଇଁ ସେ ମେନ୍ ବୁକର୍ ପ୍ରାଇଜ୍ ମଧ୍ୟ ପାଇଛନ୍ତି।  ବ୍ରିଟେନ ପକ୍ଷରୁ ତାଙ୍କୁ ନାଇଟ୍‌ହୁଡ୍‌ ବି ମିଳିଛି।

ନାଇପଲଙ୍କ ଯେତିକି ପ୍ରଶଂସକ ଅଛନ୍ତି, ସେତିକି ସମାଲୋଚକ ମଧ୍ୟ ଅଛନ୍ତି। ୧୯୩୨ରେ ତ୍ରିନିଦାଦର ଚାଗୁଅାନାସ୍‌ରେ ଏକ ହିନ୍ଦୁ ପରିବାରରେ ଜନ୍ମ ହୋଇଥିଲେ ନାଇପଲ୍। ସେତେବେଳେ ତ୍ରିନିଦାଦ୍‌ ବ୍ରିଟିଶ ଅଧୀନରେ ଥିଲା। ନଇପଲ୍‌ଙ୍କ ଜେଜେବାପା ଭାରତରୁ ଯାଇ ତ୍ରିନିଦାଦରେ ବସବାସ କରୁଥିଲେ।

You might also like