ଯୋଗୀ ଆଦିତ୍ୟନାଥଙ୍କ ପିତାଙ୍କ ପରଲୋକ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂ ବିଷ୍ଟଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା।

ସେ ଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଥିଲେ।

ଆଜି ସକାଳ ୧୦ଟା ୪୪ମିନିଟ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏନେଇ  ୟୁପି ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଗୃହ) ସୂଚନା ଦେବା ସହ ଗଭୀର ସମବେଦନା ଜଣାଇଛନ୍ତି।

କୋଭିଡ-୧୯କୁ ନେଇ ମିଟିଂ ଚାଲିଥିବାବେଳେ ଯୋଗୀ ଆଦିତ୍ୟନାଥଙ୍କୁ ପିତାଙ୍କ ଦେହାନ୍ତ ଖବର ମିଳିଥିଲା। ଏହି ଦୁଃଖଦ ଖବର ଶୁଣିଲା ପରେ ମଧ୍ୟ ସେ ମିଟିଂ ଜାରି ରଖିଥିଲେ। ହେଲେ ଯୋଗୀଙ୍କ  ଆଖିରେ ଲୁହ ଦେଖିବାକୁ ମିଳିଥିଲା।

ଯୋଗୀ ଆଦିତ୍ୟନାଥଙ୍କ ପିତାଙ୍କ କିଡ଼ନୀ ସମସ୍ୟା ଥିଲା। ଅସୁସ୍ଥତା କାରଣରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା।

ଆନନ୍ଦ ସିଂ, ଉତ୍ତରାଖଣ୍ଡ ୟମକେଶ୍ୱରର ପଞ୍ଚୁର ଗାଁରେ ରହୁଥିଲେ। ସେ  ୧୯୯୧ରେ ଫରେଷ୍ଟ ବିଭାଗର ରେଞ୍ଜର ପଦବୀରୁ ଅବସର ନେବା ପରେ ସେ ତାଙ୍କ ପୈତୃକ ଗାଁରେ ରହୁଥିଲେ।

ଆହୁରି ପଢ଼ନ୍ତୁ

ଦିନକରେ ଆଖି ବୁଜିଲେ ଆଉ ୧୫ କରୋନା ରୋଗୀ

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

କରୋନାରୁ ଆରୋଗ୍ୟ ହେଲେ ୩୩୭୮ ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲା: ଦୀପିକା, ସାରାଙ୍କ ସମେତ ଏହିସବୁ ଅଭିନେତ୍ରୀଙ୍କ ଫୋନ୍‌ ସିଜ୍‌

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

You might also like