ଆମେରିକାରେ ୨୪ ଘଣ୍ଟାରେ କରୋନା ନେଲା ପ୍ରାୟ ଦେଢ଼ ହଜାର ଜୀବନ

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ମହାମାରୀ କରୋନା ପୃଥିବୀର ୨୦୫ଟି ଦେଶ ଓ ଭୂଖଣ୍ଡକୁ କାବୁ କରିସାରିଥିବା ବେଳେ, ମୋଟ ୧୦ ଲକ୍ଷ ୯୮ ହଜାର ୭୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୫୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୨ ଲକ୍ଷ ୨୮ ହଜାର ୯୨୩ ଜଣ ଆରୋଗ୍ୟ ଲାଭ କରିଛନ୍ତି।

  • ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୭ ହଜାର ଟପିଛି।
  • ଆମେରିକାରେ କରୋନା ଆକ୍ରାନ୍ତରେ ୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି।
  • ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଆକ୍ରାନ୍ତରେ ଆମେରିକାରେ ପାଖାପାଖି ଦେଢ଼ ହଜାର ଲୋକଙ୍କ ମୃତ୍ୟୁ ଘଟିଛି।
  • ଇଟାଲି ଓ ସ୍ପେନରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
  • ଇଟାଲିରେ ୧୪ ହଜାର ୬୮୧ ଜଣ ପ୍ରାଣ ହରାଇଥିବା ବେଳେ ସ୍ପେନରେ ୧୧ ହଜାରରୁ ଅଧିକ ଲୋକଙ୍କ ମୃତ୍ଯୁ ଘଟିଛି।
You might also like