ଆମେରିକା କ୍ୟାପିଟଲ ହିଲ୍‌ ଉପରେ ଆକ୍ରମଣ; ପୋଲିସ ଅଧିକାରୀଙ୍କ ଉପରେ ଗାଡି ଚଢାଇଦେଲେ ଦୁର୍ବୃତ୍ତ

ୱାଶିଂଟନ୍: ଆମେରିକାର ୱାଶିଂଟନ୍ କ୍ୟାପିଟଲ ହିଲ୍‌ କମ୍ପ୍ଲେକ୍ସ ଉପରେ ଶୁକ୍ରବାର ହୋଇଥିବା ଆକ୍ରମଣକୁ ନେଇ ଚର୍ଚ୍ଚା ଥମିନି। ଏଥିରେ ଜଣେ କ୍ୟାପିଟଲ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ଗତକାଲି ଜଣେ ସନ୍ଦିଗ୍ଧ ବ୍ୟକ୍ତି ଗାଡିରେ ଆସିଥିଲେ। ଗାଡି କ୍ୟାପିଟଲ କମ୍ପ୍ଲେକ୍ସ ନିକଟରେ ଥିବା ଦୁଇଜଣ ପୋଲିସ ଅଧିକାରୀଙ୍କୁ ଧକ୍କା ଦେଇଥିଲା। ଦୁଇ ଗୁୁରୁତରଙ୍କ ତୁରନ୍ତ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଜଣଙ୍କର ସେଠାରେ ମୃତ୍ୟୁ ହୋଇଥିଲା ।

ପରିସ୍ଥିତିକୁ ଦେଖି ୟୁଏସ୍ କ୍ୟାପିଟଲରେ ଲକଡାଉନ ଘୋଷଣା କରାଯାଇଥିଲା । ୟୁଏସ କ୍ୟାପିଟଲକୁ ସଂଯୋଗ କରୁଥିବା କିଛି ରାସ୍ତାକୁ ବନ୍ଦ କରି ଦିଆ ଯାଇଥିଲା । ବାହ୍ୟଶତ୍ରୁମାନଙ୍କ ଆକ୍ରମଣ ଆଶଙ୍କା ଥିବାରୁ ଏପରି ପଦକ୍ଷେପ ନିଆଯାଇଥିବା ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା ।

ପରିସ୍ଥିତିକୁ ଦେଖି ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଗୁଳି ବିନିମୟରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଜଣଙ୍କର ମୃତ୍ୟୁ ହୋଇଛି। ସନ୍ଦିଗ୍ଧ ଜଣଙ୍କ କାହିଁକି କ୍ୟାପିଟଲ କମ୍ପ୍ଲେକ୍ସ ଉପରେ ଆକ୍ରମଣ କଲେ ସେ ନେଇ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଆତଙ୍କବାଦୀ କାର୍ଯ୍ୟାକଳାପ ନୁହେଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।  ୟୁଏସ କ୍ୟାପିଟଲ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଚାଲିଛି।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି  । ଏଠି କହିରଖିବୁ,ତିନି ମାସ ତଳେ ମଧ୍ୟ କ୍ୟାପିଟାଲ ହିଲ୍‌ ଉପରେ ଆକ୍ରମଣ ହୋଇଥିଲା। ଏହା ପରେ କ୍ୟାପିଟାଲ ହିଲକୁ ବନ୍ଦ କରି ଦଆଯାଇଥିଲା।

ପୋଲିସ ମୁଖ୍ୟଙ୍କ କହିବା ଅନୁଯାୟୀ, ପୋଲିସ ମୁଖ୍ୟ ଯୋଗାନନ୍ଦ ପିଟ୍ଟମ୍ୟାନଙ୍କ କହିବାନୁଯାୟୀ, କାଲିର ଦୁର୍ଘଟଣା ପରେ ଡ୍ରାଇଭର ଏକ ଛୁରୀ ନେଇ ଗାଡି ଭିତରୁ ଡେଇଁଥିଲା। ହେଲେ କ୍ୟାପିଟାଲ ପୋଲିସ ତାଙ୍କୁ ଗୁଳି କରି ଦେଇଥିଲେ। ଏହା ପରେ ଆମେରିକା ସଂସଦ ସମସ୍ତ ଗେଟ, ଦ୍ୱାର ବନ୍ଦ କରି ଦିଆଯାଇଥିଲା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁ ସମୟରେ ଏହି ଦୁର୍ଘଟଣା ଘଟିଥିଲା, ସେତେବେଳେ ରାଷ୍ଟ୍ରପତି ବାଇଡେନ ଓ ତାଙ୍କ ପତ୍ନୀ ତଥା ଫାଷ୍ଟ ଲେଡି ଜିଲ ବାଇଡେନ ଏକ କ୍ୟାମ୍ପ ପାଇଁ କ୍ୟାପିଟାଲ ହିଲରୁ ବାହାରି ଯାଇଥିଲେ। ଆମେରିକା ନିଉଜ ଏଜେନ୍ସି ଅନୁଯାୟୀ, ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଇଛି। ତାଙ୍କ ନାମ ନୋହା ଗ୍ରୀନ ଏବଂ ଆମେରିକାର ଇଣ୍ଡିଆନା ଅଞ୍ଚଳର।

You might also like