ଜମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ଜାତିସଂଘର ରୁଦ୍ଧଦ୍ୱାର ବୈଠକ; ଭାରତ ସପକ୍ଷରେ ଋଷ

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ ଜମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ରୁଦ୍ଧଦ୍ୱାର ବୈଠକ ବସିଛି। ଜମ୍ମୁ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ନେଇ ଭାରତ ସରକାରଙ୍କ ଐତିହାସିକ ପଦକ୍ଷେପ ପରେ ଆଜି ଜାତିସଂଘ ସୁରକ୍ଷା ପରିଷଦରେ ଏକ ଅନୌପଚାରିକ ବୈଠକ ବସି ଏ ପ୍ରସଙ୍ଗରେ ଆଲୋଚନା କରାଯାଉଛି।

ଧାରା ୩୭୦ ଉଚ୍ଛେଦକୁ ପାକିସ୍ତାନ ଦୃଢ଼ ବିରୋଧ କରି ଆସୁଥିବା ବେଳେ ଏହାର ବନ୍ଧୁ ରାଷ୍ଟ୍ର ଚୀନ ପକ୍ଷରୁ ସୁରକ୍ଷା ପରିଷଦରେ ଏ ନେଇ ଆଲୋଚନା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଆଲୋଚନାରେ ସୁରକ୍ଷା ପରିଷଦ ୫ ସ୍ଥାୟୀ ଓ ୧୦ ଅସ୍ଥାୟୀ ସଦସ୍ୟ ରାଷ୍ଟ୍ର ଭାଗ ନେଇଥିବା ବେଳେ ଭାରତ କିମ୍ବା ପାକିସ୍ତାନ ଯୋଗ ଦେଇ ନାହାନ୍ତି। ତେବେ ଆଲୋଚନା ବେଳେ ରୁଷ ଭାରତର ପକ୍ଷ ନେଇଛି।

ଜମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ କେବଳ ଦ୍ୱିପାକ୍ଷିକ ଆଲୋଚନା ସମର୍ଥନରେ ବାହାରିଛି ରୁଷ୍। ସେପଟେ ଆଜିର ଏହି ରୁଦ୍ଧଦ୍ୱାର ବୈଠକ ବିଦ୍ଧିବଦ୍ଧ ନୁହେଁ ଅନୌପଚାରିକ ବୋଲି କୁହାଯାଉଛି। ବୈଠକରେ କି ନିଷ୍ପତ୍ତି ଗ୍ରହଣ କରାଯିବା, ତାହା ପ୍ରକାଶ କରାଯିବ ନାହିଁ।

ଆହୁରି ପଢ଼ନ୍ତୁ

You might also like