କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ:କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାସୱାନ୍‌ ଦିଲ୍ଲୀ ଫ‍‌ର୍ଟିସ ଏସ୍କାର୍ଟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ତାଙ୍କର ଫୁସ୍‌ଫୁସ୍‌ ଏବଂ କୀଡ୍‌ନି ଜନିତ ସମସ୍ୟା ଦେଖାଦେବାରୁ ପାସ୍‌ୱାନଙ୍କୁ ରବିବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ହୋଇଛି। ସୂଚନାଥାଉ, ତାଙ୍କର ଆରମ୍ଭରୁ ହାର୍ଟ ସମସ୍ୟା ଥିଲା। ୨୦୧୭ରେ ହାର୍ଟ ଟ୍ରିଟମେଣ୍ଟ ପାଇଁ ଲଣ୍ଡନ ଯାଇଥିଲେ।

ଡାକ୍ତରଙ୍କ କହିବା ଅନୁଯାୟୀ, ରାମ ବିଳାସ ପାସୱାନଙ୍କର ବିଭିନ୍ନ ପ୍ରକାର ସମସ୍ୟା ରହିଛି। ତାଙ୍କର ହାର୍ଟ ଠିକ୍‌ ଭାବେ କାମ କରୁନାହିଁ। ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ସୂଚନାଥାଉ କି, ରାମବିଳାସ କନ୍‌ଜ୍ୟୁମର ଆଫେୟାର, ଖାଦ୍ୟ  ଏବଂ ସାଧାରଣ ବଣ୍ଟନ ବିଭାଗ ମନ୍ତୀ ଅଛନ୍ତି। ଏହାବ୍ୟତୀତ ସେ ବିହାର ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଅଛନ୍ତି। ରାମବିଳାସ ୩୨ ବର୍ଷ ଭିତରେ ୧୧ ଧର ନିର୍ବାଚନ ଲଢିଛନ୍ତି। ୯ ଥର ଜିତିଛନ୍ତି। ସେ ୬ ଜଣ ପ୍ରଧାନମନ୍ତ୍ରୀଙ୍କ ସହ କାମ କରିଛନ୍ତି।

 

Ram Vilas Paswan
Minister of Consumer Affairs, Food and Public Distribution
https://hindi.news18.com/news/nation/union-minister-ram-vilas-paswan-admitted-to-fortis-escorts-hospital-3212378.html

ଆହୁରି ପଢ଼ନ୍ତୁ

ଦିନକରେ ଆଖି ବୁଜିଲେ ଆଉ ୧୫ କରୋନା ରୋଗୀ

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

କରୋନାରୁ ଆରୋଗ୍ୟ ହେଲେ ୩୩୭୮ ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲା: ଦୀପିକା, ସାରାଙ୍କ ସମେତ ଏହିସବୁ ଅଭିନେତ୍ରୀଙ୍କ ଫୋନ୍‌ ସିଜ୍‌

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

You might also like