ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ: କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଧୀରେ ଧୀରେ ସୁସ୍ଥ ହେଉଛନ୍ତି।

ତାଙ୍କୁ ଆଇସିୟୁରୁ ରେଗୁଲାର ୱାର୍ଡକୁ ଅଣାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ସ୍ୱତନ୍ତ୍ର ଭାବେ ଧ୍ୟାନ ରଖା ଯାଇଛି।

ବୋରିସ ଜନସନ ଆଇସିୟୁରୁ ବାହାରି ଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁସି ବ୍ୟକ୍ତ କରିଛନ୍ତି। ଏଥିସହ ସେ ଶୀଘ୍ର ଠିକ ହୋଇଯାଆନ୍ତୁ ବୋଲି ଟ୍ରମ୍ପ ପ୍ରାର୍ଥନା କରିଛନ୍ତି।

ବୋରିସ ଜନସନ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ନେଇ ଖୋଦ ଟ୍ୱିଟ କରି ଏହି ସୂଚନା ଦେଇଥିଲେ। ଏହାପରେ ସେ ସେଲଫ ଆଇସୋଲେସନରେ ମଧ୍ୟ ଥିଲେ। ଭିଡିଓ କନଫରେନ୍ସିଂ ଜରିଆରେ ସରକାର ଚଳାଇବା ସହ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା କରିଥିଲେ।

You might also like