ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ଶ୍ରୀନଗର: ଜମ୍ମୁ-କଶ୍ମୀରର ବାରମୁଲା ଜିଲ୍ଲାରୁ ଦୁଇ  ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ହୋଇଛନ୍ତି। ଏମାନଙ୍କ ନିକଟରୁ ପିସ୍ତଲ ସହିତ ହାତ ବୋମା ଏବଂ ଗୋଳା ବାରୁଦ ଜବତ କରିଛି ପୁଲିସ।

ଗିରଫ ଆତଙ୍କବାଦୀମାନେ ଆକ୍ରମଣ ପାଇଁ ବଡ଼ ଧରଣର ଷଡ଼ଯନ୍ତ୍ର କରୁଥିଲେ ବୋଲି ଜଣାପଡ଼ିଛି।

ବାରମୁଲାରେ ଏହି ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ ରହିଥିବା ନେଇ ପୁଲିସକୁ ସୂଚନା ମିଳିଥିଲା।

ଖବର ପାଇ, ପୁଲିସ ପ୍ରଥମେ ସର୍ଚ୍ଚ ଅପେରସନ କରିଥିଲା ଓ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ପ୍ରଥମେ ଅଟକ ରଖି ପଚରାଉଚରା କରିଥିଲା। ହେଲେ ସେମାନେ ସନ୍ତୋଷଜନକ ଉତ୍ତର ନ ଦେଇପାରିବାରୁ ପୁଲିସ ସେମାନଙ୍କୁ ଗିରଫ କରିଛି। ଗିରଫ ଦୁଇ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। 

You might also like