ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ

ଖଲ୍ଲିକୋଟ: ପୋଖରୀରେ ବୁଡ଼ି ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ତୁଳସୀପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ୨ ଭଉଣୀଙ୍କ ବୟସ ୮ ଓ ୧୦ ବର୍ଷ ବୋଲି ଜଣାପଡ଼ିଛି।

ଆଜି ସକାଳେ ଦୁଇ ଭଉଣୀ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ପୋଖରୀରେ ବୁଡ଼ି ଉଭୟଙ୍କ ମୃତ୍ୟୁ ଘଟିଥିବା ବୋଲି ସୂଚନା ମିଳିଛି।

You might also like